ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ
ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ତେବେ ଅଭିଭାଷଣ ପୂର୍ବରୁ ଗୃହରେ ସହିଦ ସିଡିଏସ୍ ବିପିନ ରାୱତଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମସ୍ତ ଦିଂବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପହଞ୍ଚିଛନ୍ତି । ଏହି ଅଧିବେଶନ ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିବସ ରହିଛି । ୩୦ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ ।
ରାଜ୍ୟପାଳ ରଖିଲେ ଅଭିଭାଷଣ :
ସିଡିଏସ ବିପିନ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ସ୍ୱାସ୍ଥ୍ୟକ୍ଷେତ୍ରରେ ମାଇଲ ଖୁଣ୍ଟ ସୃଷ୍ଟି କରିଛି ମୋ ସରକାର
ସମସ୍ତ ୩୦ ଜିଲାକୁ ରେଳଲାଇନ ସଂଯୋଗ ଲକ୍ଷ୍ୟ
କରୋନା ମୁକାବିଲା ପାଇଁ ୫ କୋଟି ରୁ ଅଧିକ ଟିକା ଦିଆଗଲାଣି
ରାଜ୍ୟର ସ୍ୱାସ୍ଥ୍ୟସେବାକୁ ପ୍ରଂଶସା କଲେ ରାଜ୍ୟପାଳ
ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ମଡେଲ ଯୋଜନା
୫ କୋଟିରୁ ଅଧିକ କରୋନା ଟିକା ଦିଆଯାଇଛି
ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବ୍ୟବସ୍ଥା ହୋଇଛି
ସୁସ୍ଥ ଓଡ଼ିଶା ମୋ ସରକାରର ଲକ୍ଷ୍ୟ
୩୦ ଜିଲ୍ଲାକୁ ରେଳ ସଂଯୋଗ କାର୍ଯ୍ୟ ଜାରି
ହସ୍ତତନ୍ତ ଶିଳ୍ପ ପାଇଁ ୧୬୯ କୋଟି ବ୍ୟୟବରାଦ
ମୁକ୍ତା ଯୋଜନାରେ ୭୦୦ କୋଟି ବ୍ୟୟରେ ୬୩୨୦ ପ୍ରକଳ୍ପ ଆରମ୍ଭ
ମୁକ୍ତା ଯୋଜନା ପାଇଁ ଆମକୁ ୫ମ ଗୁଆଙ୍ଗଝୋ ପୁରସ୍କାର ମିଳିଛି
ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୧୩୪୧ ବୁଣାକାରଙ୍କୁ ସହୟତା
‘ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି’ରେ ୨ ହଜାର ବୁଣାକାର ପରିବାରକୁ ବିଜୁଳି
ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାରେ ଉନ୍ନତି ଆଣିବ ଲକ୍ଷ୍ୟ
୨୦୨୩-୨୪ ସୁଦ୍ଧା ସବୁ ଗାଁକୁ ଓଡିଏଫ ପ୍ଲସ ଗାଁ ଘୋଷଣା ଲକ୍ଷ୍ୟ
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ
୨୫୦୮ ଡାକ୍ତର, ୪୦୦ ଦନ୍ତ ଚିକିତ୍ସକ, ୫୭୧୯ ସ୍ୱାସ୍ଥ୍ୟକର୍ମୀ ପଦବୀ ସୃଷ୍ଟି