ବଜେଟ୍ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ ଡାକିଲେ ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆସନ୍ତା ଜାନୁଆରି ୩୦ରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବଜେଟ୍ ଅଧିବେଶନର ସୁରୁଖୁରୁ ରେ ପରିଚାଳନା ପାଇଁ ସମସ୍ତ ପକ୍ଷଙ୍କ ଠାରୁ ସମର୍ଥନ ଲୋଡିବା ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଜାନୁଆରି ୩୧ରେ ଏକ ସର୍ବଦଳୀୟ ଭର୍ଚୁଆଲ୍ ବୈଠକ ଡାକିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ଗୃହରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜନୈତିକ ଦଳର ନେତୃତ୍ୱ ନେଉଥିବା ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରା ଯାଇଛି ।
ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରି ୩୧ରୁ ଆରମ୍ଭ ହେବ ଏବଂ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରି ୧ରେ ଲୋକସଭାରେ ବଜେଟ୍ ଉପସ୍ଥାପିତ ହେବ । ଏବଂ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ ରୁ ଆରମ୍ଭ ହେବ ଏବଂ ଏହା ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ସଂସଦର ବଜେଟ୍? ଅଧିବେଶନ ଦୁଇଟି ପରିବର୍ତନ ସହିତ କାର୍ଯ୍ୟ କରିବ । ପ୍ରଥମ ପରିବର୍ତନରେ ରାଜ୍ୟସଭା ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ଫେବ୍ରୁଆରି ୧ ତାରିଖ ବଜେଟ୍ ଦିନ ବ୍ୟତୀତ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ବଜେଟ୍ ଦିନ ଲୋକସଭା ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟ କରିବ ।