ବୁଦ୍ଧ ପୂର୍ଣ୍ଣିମା : ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା ଏବଂ ବୁଦ୍ଧଙ୍କ ଅମୁଲ୍ୟ ବାଣୀ

ଇତିହାସ ପ୍ରମାଣ ଅନୁଯାଇ ଓଡ଼ିଶା ହେଉଛି ବୌଦ୍ଧ ଜନପଦ ବା ବୌଦ୍ଧ ରାଜ୍ୟ ବା ବୌଦ୍ଧ ସଭ୍ୟତା । କିନ୍ତୁ ସମୟାନୁକ୍ରମେ ତାହା ଏବେ ଏଠାରେ ବିଧ୍ୱସ୍ତ ଏବଂ ବିଲୁପ୍ତ । ମୋର୍ଯ୍ୟ ସାମ୍ରାଜ୍ୟର ରାଜା ଚଣ୍ଡାଶୋକ କଳିଙ୍ଗ ଯୁଦ୍ଧରେ ( ଖ୍ରୀଷ୍ଟ ପୂର୍ବ ୨୬୨– ୨୬୧) ଜିତିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁକୁ ଦେଖି ଅନୁତପ୍ତ ହେଲେ, ସେତେବେଳେ ଓଡିଶାର ପ୍ରଚଳିତ ଥିବା ବୌଦ୍ଧ ଧର୍ମ ଦ୍ୱାରା ପ୍ରଭାବିତ ହୋଇ ସେ ବୌଦ୍ଧ ଧର୍ମ ଗ୍ରହଣ କରି ସମଗ୍ର ଅଶୋକ ରାଜ୍ୟରେ ବା ମୌର୍ଯ୍ୟ ସାମ୍ରାଜ୍ୟରେ ତାହା ପ୍ରଚଳିତ କରିଥିଲେ ।
ଅଶୋକଙ୍କ ରାଜ୍ୟ ଏବେ ଇଣ୍ଡିଆ ନାମରେ ସୁପରିଚିତ ଯାହାର ଓଡ଼ିଶା ଏକ ରାଜ୍ୟ । ଖ୍ରୀଷ୍ଟ ପୂର୍ବ ୨୬୧ ପୂର୍ବରୁ ଏବଂ ପରେ ମଧ୍ୟ ଓଡିଶାରେ ବୌଦ୍ଧ ଧର୍ମ ପ୍ରଚଳିତ ଥିଲା ସେଥି ପାଇଁ ଆମେ ଧଉଳି ଗିରି, ଖଣ୍ଡ ଗିରି, ଉଦୟ ଗିରି, ଲଳିତ ଗିରି, ରତ୍ନ ଗିରି, ପୁରୀ ମନ୍ଦିର, କୋଣାର୍କ ଇତ୍ୟାଦି ପ୍ରାଚୀନ ପ୍ରମାଣ ସବୁ ପାଉ; ଏହି ସବୁ ବୌଦ୍ଧ କୀର୍ତ୍ତିମାନଙ୍କୁ ବୌଦ୍ଧ ବିରୋଧୀ ବୈଦିକ ବିଚାରଧାରାର ବେଈମାନ ଓଡ଼ିଆ ସମର୍ଥକ ମାନେ ମିଥ୍ୟା ସାହିତ୍ୟ ଏବଂ ଇତିହାସ ଦ୍ୱାରା ନଷ୍ଟ ଭ୍ରଷ୍ଟ କରି କାହାକୁ ଜୈନ୍ୟ ଏବଂ କାହାକୁ ବୈଦିକ କହି ଓଡ଼ିଆ ପିଢିମାନଙ୍କୁ ଆଜି ପର୍ଯ୍ୟନ୍ତ ଭ୍ରମିତ କରିଆସୁଛନ୍ତି ଯାହା ବର୍ତ୍ତମାନର ପୁନଃନିର୍ମିତ ଛଦ୍ମ ବିଷ୍ଣୁ ପୂଜିତ ପୁରୀ ମନ୍ଦିର ଏବଂ ସୂର୍ଯ୍ୟ ପୂଜିତ କୋଣାର୍କ ମନ୍ଦିର ଠାରୁ ମଧ୍ୟ ବହୁ ପୁରାତନ । ଏସବୁମାନଙ୍କରେ ବୌଦ୍ଧ ଧର୍ମର ପ୍ରମାଣ ଥିଲାବେଳେ ଛଦ୍ମ ବିଷ୍ଣୁ ଅବତାର ନାମିତ ଜଗନ୍ନାଥଙ୍କ ପ୍ରମାଣ ଦେଖିବାକୁ ମିଳେନାହିଁ ଯୋଉଥିରୁ ପ୍ରମାଣିତ ହୁଏ ଓଡିଶାରେ ବୌଦ୍ଧ ଧର୍ମ ଜଗନ୍ନାଥ ସଂସ୍କୃତିଠାରୁ ବହୁ ପୁରୁଣା ।
ଏଠାରେ କହି ରଖିବା ଭଲ ହେବ ଜଗନ୍ନାଥ ହେଉଛି ବୁଦ୍ଧଙ୍କ ନାମ ଯାହା ଦୁଇଟି ପାଲି ଶବ୍ଦ ଜଗତ ଏବଂ ନାଥ ଶବ୍ଦ ଯୋଗରୁ ତିଆରି ଏକ ଶବ୍ଦ । ଜଗତ ମାନେ ବିଶ୍ୱ ଏବଂ ନାଥ ମାନେ ଗୁରୁ ବା ରକ୍ଷକ ଜଗନ୍ନାଥ ମାନେ ଜଗତ ଗୁରୁ ବା ଜଗତ ରକ୍ଷକ । ବୁଦ୍ଧ ମାନବ ସମାଜକୁ ମାନବିକତାର ଶିକ୍ଷା ଦେଇ ତାଙ୍କ ଶିକ୍ଷାର ଆଲୋକ ଦ୍ୱାରା ମାନବ ସମାଜକୁ ଅଜ୍ଞାନତାର ଅନ୍ଧକାରାରୁ ବଞ୍ଚେଇ ଥିବାରୁ ତାଙ୍କୁ ଜଗତ ଗୁରୁ ବା ଜଗତ ରକ୍ଷକ କୁହାଯାଉଥିଲା । ଲାଇଟ ଅଫ ଏସିଆ ବୁଦ୍ଧଙ୍କୁ ହିଁ କୁହାଯାଉଥିଲା କୌଣସି ବିଷ୍ଣୁଙ୍କୁ ନୁହେଁ । ପୁରୀ, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ଏ ସବୁ ଗୁଡିକ ବୁଦ୍ଧଙ୍କ ମନ୍ଦିର ଥିଲା ବୋଲି ଅନେକ ଅନୁସନ୍ଧାନକାରୀ ସାମ୍ବାଦିକ, ଇତିହାସ ଏବଂ ସାହିତ୍ୟକାର ମଧ୍ୟ ମତ ଦିଅନ୍ତି ।
ରାଜା ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲାପରେ ଜୀବ ହତ୍ୟାକୁ ତାଙ୍କ ରାଜ୍ୟରେ କଡାକଡୀ ଭାବରେ ନିଷେଧ କରିଥିଲେ ଫଳରେ ଅଶ୍ୱମେଧ, ଗୋମେଧ ପରି ପଶୁବଳି ଦେଉଥିବା ବୈଦିକ ବ୍ରାହ୍ମଣ ଗୋଷ୍ଠୀ ସେମାନଙ୍କ ଜୀବିକା ହରାଇଲେ । ଜୀବ ହତ୍ୟା ପ୍ରତିବନ୍ଧ ଏବଂ ଏଥିପାଇଁ କଡା ଶାସ୍ତି ଯୋଗୁ ଅନେକ ବୈଦିକ ଅନୁଗାମୀ ପୂଜାରୀ ଗୋଷ୍ଠୀ ସେମାନଙ୍କ ଜୀବିକା ହରାଇବା ସହ ନିରାମିଷାଶୀ ହେବାକୁ ବାଧ୍ୟ ହୋଇଥିଲେ ଏବଂ ପରବର୍ତ୍ତୀକାଳରେ ସେମାନଙ୍କ ପାଇଁ ଏହା ଏକ ବଡ ପରିବର୍ତ୍ତନ ଥିଲା ତେଣୁ ବର୍ତ୍ତମାନର ପ୍ରାୟ ସମସ୍ତ ବ୍ରାହ୍ମଣ ନିରାମିଷାଶୀ ଅଟନ୍ତି । ସେମାନଙ୍କୁ ଜୀବିକା ନିର୍ବାହରେ ସାହାଯ୍ୟ କରିବାକୁ ଯାଇ ରାଜା ଅଶୋକ ସେମମାନଙ୍କୁ ତାଙ୍କ ସୈନ୍ୟ ବାହିନୀରେ ସ୍ଥାନ ଦେଇଥିଲେ ଫଳରେ ସେମାନଙ୍କ ପ୍ରଭାବ ମୋର୍ଯ୍ୟ ସେନାରେ ବିସ୍ତାରିତ ହୋଇଥିଲା ଏବଂ ସମୟାନୁକ୍ରମେ ଏକ ବ୍ରାହ୍ମଣ ମଧ୍ୟ ମୋର୍ଯ୍ୟ ସେନାର ସେନାଧିପତି ହୋଇପାରଥିଲେ ଯାହାଙ୍କ ନାମ ପୁଷ୍ୟାମିତ୍ର ଶୁଙ୍ଗ ଥିଲା । ଅଶୋକଙ୍କ ମୃତ୍ୟୁର ପ୍ରାୟ ସତଚାଳିଶ ବର୍ଷ ପରେ ଯେତେବେଳେ ସେହି କପଟି ବୈଦିକ ବ୍ରାହ୍ମଣ ପୁଷ୍ୟାମିତ୍ର ଶୁଙ୍ଗ ଯେକି ଅଶୋକଙ୍କ ରାଜ୍ୟର ସେନାପତି ଥିଲେ, ଅଶୋକଙ୍କ ବଂଶଧର ବୃହଦ୍ରଥକୁ ବିଶ୍ଵାସଘାତକରି ନିର୍ମମ ଭାବରେ ହତ୍ୟାକରି ଅଶୋକଙ୍କ ଅଖଣ୍ଡ ସାମ୍ରାଜ୍ୟକୁ ଅଧିକୃତ କରିନେଲେ; ପରେ ସେହି ବେଈମାନ ସେନା ମୁଖ୍ୟ ତାଙ୍କ ସାମ୍ରାଜ୍ୟରେ ବୌଦ୍ଧ ଧର୍ମକୁ ଧ୍ୱଂସ କରି ବୈଦିକ ବିଚାରଧାରା ପ୍ରଚାରିତ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ବୈଦିକ ବ୍ରାହ୍ମଣ ସେନାପତି ପୁଷ୍ୟାମିତ୍ର ଶୁଙ୍ଗ ଯୁଦ୍ଧ ଦ୍ୱାରା ନୁହେଁ କେବଳ କପଟ, ବିସ୍ୱାଶଘାତକତା ବା ବେଇମାନିକରି ମୌର୍ଯ୍ୟ ସାମ୍ରାଜ୍ୟକୁ ଅକ୍ତିଆର କରିଥିଲେ । ବୈଦିକ ବ୍ରାହ୍ମଣମାନଙ୍କ ସଂଖ୍ୟା ସେତେବେଳେ ଖୁବ କମ୍ ଥିଲା ଏବଂ ସେମାନଙ୍କ ପ୍ରଭାବ ଉତ୍ତର ଇଣ୍ଡିଆରେ ହିଁ ସୀମିତ ଥିଲା । ୧୬୦୦ ମସିହାର ବ୍ରିଟିସରାଜ ଅନୁସାରେ ସେତେବେଳେ ଇଣ୍ଡିଆର ଜନସଂଖ୍ୟା ପ୍ରାୟ ୧୦ କୋଟି ଥିଲା । ବର୍ତ୍ତମାନ ଯଦି ସମୁଦାୟ ଇଣ୍ଡିଆର ୧୩୯ କୋଟି ଲୋକସଂଖ୍ୟାରେ ପ୍ରକୃତ, ମିଶ୍ରିତ, ଛଦ୍ମ ଏବଂ ଅପଭ୍ରଂଶ ବ୍ରାହ୍ମଣଙ୍କ ସଂଖ୍ୟା ମାତ୍ର ୬ କୋଟିରୁ କମ୍ ହୁଏ, ତେବେ ପୁଷ୍ୟାମିତ୍ରଙ୍କ ( ଖ୍ରୀଷ୍ଟ ପୂର୍ବ ୧୮୫-୧୪୯) ସମୟରେ କେତେ ଥିବେ ତାହା ଅନୁମାନ କରିହେବ ।
ପୁଷ୍ୟାମିତ୍ର ଶୁଙ୍ଗ, ଅଶୋକଙ୍କ ଦ୍ୱାରା ନିର୍ମିତ ଅନେକ ବୌଦ୍ଧ ପ୍ରମାଣ ସବୁ ନଷ୍ଟ କରି ଅନେକ କିଛି ବ୍ରାହ୍ମଣଙ୍କ ସପକ୍ଷରେ କରି ନେଇଥିଲେ । ବୁଦ୍ଧଙ୍କ ଭକ୍ତମାନଙ୍କୁ ଭୟଭିତକରି ବୌଦ୍ଧ ସନ୍ୟାସମାନଙ୍କୁ ହତ୍ୟା କଲେ । କିମ୍ବଦନ୍ତୀରୁ ଏପରି ମଧ୍ୟ ଶୁଣିବାକୁ ମିଳେ ପୁଷ୍ୟାମିତ୍ର ଏକଦିନରେ ପ୍ରାୟ ହଜାର ହଜାର ବୌଦ୍ଧ ସନ୍ୟାସମାନଙ୍କୁ ହତ୍ୟା କରିଥିଲେ । କିଛିଙ୍କ ମତରେ ଗୋଟେ ଦିନରେ ସେ ପ୍ରାୟ ୭୦ ହଜାରରୁ ମଧ୍ୟ ଅଧିକ ବୌଦ୍ଧ ସନ୍ୟାସୀଙ୍କୁ ହତ୍ୟା କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେହେତୁ ସେତେ ବେଳେ କୌଣସି ପ୍ରମୁଖ ଧର୍ମ ଯେମିତି ଖ୍ରୀଷ୍ଟ ଧର୍ମ ଯାହା 33AD ପରେ ସୃଷ୍ଟି ହୋଇଥିଲା ଏବଂ ଇସ୍ଲାମ ଧର୍ମ ଯାହା 610AD ପରେ ସୃଷ୍ଟି ହୋଇଥିଲା ଇତ୍ୟାଦି ନଥିଲେ; 185BC ରେ ଏହା, ଏକ ଧର୍ମ ବିରୁଦ୍ଧରେ ଅନ୍ୟଏକ ଧର୍ମ ପାଇଁ ହିଂସାତ୍ମକ ଯୁଦ୍ଧଥିଲା ଯାହା ଇସ୍ଲାମ ଧର୍ମରେ ଜିହାଦ ବୋଲି କୁହାଯାଏ; ତେଣୁ ଆମେ ପୁଷ୍ୟମିତ୍ର ଶୁଙ୍ଗକୁ ପୃଥିବୀର ପ୍ରଥମ ଆତଙ୍କବାଦୀ କହିଲେ କିଛି ଭୁଲ ହେବ ନାହିଁ; କାରଣ ବୌଦ୍ଧ ଧର୍ମ କେବେ ମଧ୍ୟ ହିଂସା ବା ବଳ ପ୍ରୟୋଗ କରି ପ୍ରଶାର କରାଯାଇନଥିଲା, ଯେତେବେଳେକି ବୈଦିକ ବର୍ଣ୍ଣ ବ୍ୟବସ୍ଥା ଛଳ, କପଟ, ମୃତ୍ୟୁର ଭୟ ଏବଂ ହିଂସା ମାଧ୍ୟମରେ ହିଁ ଅନେକ ଭାଷିୟ ସଭ୍ୟତା ଉପରେ ଥୋପାଯାଇଥିଲା ଯାହା ଏବେକାର ବୈଦିକ ଜାତିପ୍ରଥା ବର୍ଣ୍ଣ ଅନୁଗାମୀ (ଛଦ୍ମ ହିନ୍ଦୁ) ମାନଙ୍କୁ ଜଣା ନାହିଁ । ଏଠାରେ କହି ରଖିବା ଭଲ ହେବ ହିନ୍ଦୁ ଏକ ପାଲି ଶବ୍ଦ ଯାହା ପାଲି ଶବ୍ଦ ସିନ୍ଧୁରୁ ଉଦ୍ଧୃତ । ପାଲି ଶବ୍ଦ ସିନ୍ଧୁ ଅର୍ଥ ନଦୀ, ସାଗର ବା ସମୂଦ୍ର; ଯଦି ହିନ୍ଦୁ ଏକ ମନୁଷ୍ୟର ସାମାଜିକ ପରିଚୟ ହୁଏ ତେବେ ଏହା ପାଲି ଶବ୍ଦ ସିନ୍ଧୁ ଅନୁଯାଇ ଯିଏ ନଦୀ, ସାଗର ବା ସମୂଦ୍ରର ବାସୀନ୍ଧା ସେ ହେଉଛି ହିନ୍ଦୁ ।
ଯେହେତୁ ବୁଦ୍ଧଙ୍କ ମାତୃଭାଷା ଏବଂ ବୌଦ୍ଧ ଜ୍ଞାନସମ୍ପଦ ପାଲି ଭାଷା ସହ ଜଡିତ; ତେଣୁ ହିନ୍ଦୁ ବୌଦ୍ଧ ଧର୍ମକୁ ମାନୁଥିବା ମୂଳନୀବାସୀ; ହିନ୍ଦୁ ବୌଦ୍ଧ ଧର୍ମୀ, ବୈଦିକ ଧର୍ମକୁ ମାନୁଥିବା ଅନୁଗାମୀ ନୁହଁ । ହିନ୍ଦୁ ବୈଦିକ ଜାତିପ୍ରଥା ଏବଂ ବହୁଦେବବାଦରେ ବିସ୍ଵାଶ ରଖୁଥିବା ବର୍ଣ୍ଣବାଦୀ ନୁହଁ । ଜାତିପ୍ରଥା ଏବଂ ବହୁଦେବବାଦ ମୂର୍ତ୍ତିପୂଜାରେ ବିସ୍ଵାଶ ରଖୁଥିବା ଅନୁଗାମୀ ହେଉଛି ଜାତିବାଦୀ ବା ବର୍ଣ୍ଣବାଦୀ, ବ୍ରାହ୍ମଣବାଦୀ ଏବଂ ବୈଦିକବାଦୀ କିନ୍ତୁ ହିନ୍ଦୁ ନୁହେଁ । ବୌଦ୍ଧ ଧର୍ମରେ ଯେହେତୁ ଜାତି ପ୍ରଥା ଏବଂ ବହୁଦେବବାଦର ପ୍ରଶ୍ନ ନାହିଁ ତେଣୁ ଜାତିବାଦୀ ବା ବର୍ଣ୍ଣବାଦୀ, ବ୍ରାହ୍ମଣବାଦୀ ଏବଂ ବୈଦିକବାଦୀ ଲୋକେ କେବେ ମଧ୍ୟ ହିନ୍ଦୁ ନୁହେଁ । ବୌଦ୍ଧ ବିରୋଧୀ ଧୂର୍ତ୍ତମାନେ ହିନ୍ଦୁ ଶବ୍ଦର ଅର୍ଥକୁ ବଳାତ୍କାର କରି ତାହାର ଅର୍ଥ କୁ ଅପଭ୍ରଂଶ କରି ଜାତିବାଦୀ ବା ବର୍ଣ୍ଣବାଦୀ, ବ୍ରାହ୍ମଣବାଦୀ ଏବଂ ବୈଦିକବାଦୀଙ୍କ ପାଇଁ ବ୍ୟବହାର କରି ଆସୁଛନ୍ତି । ଉଭୟ ହିନ୍ଦୁସ୍ଥାନ/ହିନ୍ଦୁସ୍ତାନ ଏବଂ ଇଣ୍ଡିଆ (ସିନ୍ଧୁ->ସିନ୍ଧୁସ->ଇନ୍ଦସ->ଇଣ୍ଡିଆ ଇଉରୋପିଆନ ଅରିଜିନରୁ ସିନ୍ଧୁର ଅପଭ୍ରଂଶ) ପାଲି ଶବ୍ଦ ସିନ୍ଧୁରୁ ଆସିଛି । ହିନ୍ଦୁସ୍ଥାନ/ହିନ୍ଦୁସ୍ତାନ ଏବଂ ଇଣ୍ଡିଆର ଅସଲି ଅର୍ଥ ନଦୀ, ସାଗର ବା ସମୁଦ୍ରର ଦେଶ ।