ବୁଦ୍ଧ ପୂର୍ଣ୍ଣିମା : ଜାଣନ୍ତୁ ଶୁଭ ମୁହୁର୍ତ୍ତ, ଏହି ଦିନ କଣ କରିବେ ଓ କଣ ନାହିଁ
ବୁଦ୍ଧ ପୁର୍ଣିମା । ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଆଜିର ଦିନକୁ ଆଗ୍ରହର ସହ ପାଳନ କରିଥାନ୍ତି । ଆଜି ବୁଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନରେ ଭଗବାନ ବୁଦ୍ଧ ବୋଧଗୟା ଠାରେ ଅଶ୍ୱସ୍ଥ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତ କରିଥିଲେ । ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । ସେଛିପାଇଁ ହିନ୍ଦୁମାନଙ୍କ ପୋଇଁ ମଧ୍ୟ ଏହି ଦିନର ବିଶେଷ ମହତ୍ତ୍ନ ରହିଛି । ବୁଦ୍ଧ ପୁର୍ଣିମା ସହ ଆଜି ବୈଶାଖ ପୁର୍ଣିମା ମଧ୍ୟ ।
ବୈଶାଖ ମାସ ପୁର୍ଣିମି ତିଥିରେ ଭଗବାନ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ବୁଦ୍ଧ ବିଷ୍ଣୁଙ୍କ ନବମ ଅବତାର ବୋଲି କୁହାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ବନ୍ଧୁ ସୁଦାମା ବୈଶାଖ ପୁର୍ଣିମା ଦିନ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଭଗବାନ ଶ୍ରୀକୃଷ୍ଣ ସୁଦାମାଙ୍କୁ ସତ୍ୟ ବିନାୟକ ବ୍ରତର ବିଧି ବିଧାନ ସମ୍ପର୍କରେ ବୁଝାଇଥିଲେ । ସୁଦାମା ବିଧି ବିଧାନ ଅନୁଯାୟୀ ବ୍ରତ ପାଳନ କରିବା ପରେ ତାଙ୍କର ଦୁଃଖ କଷ୍ଟ ଦୂର ହୋଇଥିଲା । ଏହି ଦିନ ଧର୍ମରାଜଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଧର୍ମରାଜଙ୍କୁ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁ ଯୋଗ ଦୂର ହୋଇଥାଏ ।
ଶୁଭ ମୁହୁର୍ତ୍ତ : ବୁଦ୍ଧ ପୁର୍ଣିମାର ଶୁଭ ମୁହୁର୍ତ୍ତ ମେ ୫ ତାରିଖ ସକାଳ ୪ଟା ୧୦ ମିନିଟରୁ ୬ ତାରିଖ ଭୋର ୨ଟା ୪୧ ମିନିଟ ପର୍ଯ୍ୟନ୍ତ ।
ବୁଦ୍ଧ ପୁର୍ଣିମା ଦିନ କଣ କରିବେ :
ବୁଦ୍ଧ ପୁର୍ଣିମା ଦିନ ଗଙ୍ଗାରେ ସ୍ନାନ କରିବେ ନଚେତ ସ୍ନାନ କରିସାରି ଗଙ୍ଗା ଜଳ ଛିଞ୍ଚିହେବେ ।
ଘର ମନ୍ଦିରରେ ଦୀପ ଲଗାଇ ବିଷ୍ଣୁଙ୍କ ଉପାସନା କରିବେ ।
ଘରର ମୁଖ୍ୟ ଦ୍ୱାରରେ ହଳଦୀ, ଚନ୍ଦନ କିମ୍ବା ସିନ୍ଦୁରରେ ସ୍ୱସ୍ତିକ କରିବେ ଏବଂ ଗଙ୍ଗା ଜଳ ଛିଞ୍ଚିବେ ।
ବୋଧି ବୃକ୍ଷ ନିକଟରେ ଦୀପ ଲଗାଇ ବୃକ୍ଷ ମୂଳରେ କ୍ଷୀର ଢାଳି ଫୁଲ ଅର୍ପଣ କରିବେ ।
ଗରୀବଙ୍କୁ ଭୋଜନ ଏବଂ କପଡା ଦାନ କରିବେ ।
ଯଦି ଘରେ କୌଣସି ପକ୍ଷୀ ରଖିଛନ୍ତି ତାହେଲେ ତାକୁ ମୁକ୍ତ କରିଦେବେ ।
ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଜଳ ଅର୍ପଣ କରିବେ ।
ବୁଦ୍ଧ ପୁର୍ଣିମା ଦିନ କଣ କରିବେ ନାହିଁ :
ବୁଦ୍ଧ ପୁର୍ଣିମା ଶାକାହାରୀ ଭୋଜନ କରିବେ ।
ଘରେ କଳହ ସୃଷ୍ଟି କରିବେ ନାହିଁ ।
କାହା ପ୍ରତି ଅପଶବ୍ଦ ବ୍ୟବହାର କରିବେ ନାହିଁ ।
ମିଛ କଥା କହିବେ ନାହିଁ ।