ଭାଙ୍ଗିଲା ଜମ୍ବିରା ଡ୍ୟାମର ଶାଖା କେନାଲ
ବାରିପଦା: ଭାଙ୍ଗିଲା ମୟୂରଭଞ୍ଜ ଜିଲା ସୁଳିଆପଦା ଜମ୍ୱିରା ଡ୍ୟାମ୍ ର ଶାଖା କେନାଲ। ନିମ୍ନମାନ କାମ ପାଇଁ ଡ୍ୟାମ୍ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଚାଷୀ। କେନାଲ ଭାଙ୍ଗିବା ପରେ ଚାଷ ଜମି ଜଳମଗ୍ନ ହୋଇଯାଇଛି। ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ନିମ୍ନମାନର କାମ ଲାଗି କେନାଲ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏଥିଲାଗି ୨୭ ବର୍ଷରୁ ଅଧିକ ସମୟ ଓ ୨୭୦୦ କୋଟିରୁ ଅଧିକ ବ୍ୟୟ ହୋଇଥିଲା । କିନ୍ତୁ ଏହା ପରେ ମଧ୍ୟ ନିମ୍ନ ମାନର କାମ ଲାଗି କେନାଲ ଭାଙ୍ଗିଥିବା ଚାଷୀମାନଙ୍କ ଅଭିଯୋଗ । ପ୍ରତିବର୍ଷ ଜମ୍ଭିରା ଶାଖା କେନାଲ ଉପରେ ହଜାର ହଜାର ଚାଷୀ ନିର୍ଭର କରନ୍ତି । ହେଲେ ଧାନ ଚାଷ ସମୟରେ କେନାଲ ଭାଙ୍ଗି ଯାଇଥିବାରୁ ଚାଷ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।