୨୫ରୁ ସଂକ୍ଷିପ୍ତ ବଜେଟ୍ ଅଧିବେଶନ : ବାଚସ୍ପତି
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ୨୫ ତାରିଖରୁ ସଂକ୍ଷିପ୍ତ ବଜେଟ ଅଧିବେଶନ ହେଉଛି । ସଂକ୍ଷିପ୍ତ ବଜେଟ ଅଧିବେଶନ ଉପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏଇଟା ଫୁଲ ବଜେଟ ନୁହେଁ, ୭ ଦିନିଆ ବିଧାନସଭା ହେବ । ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିକ୍ଷାନ୍ତ ଭାଷଣ ଦେବେ । ସରକାର ଓ ରାଜ୍ୟପାଳ ଯାହା ନିର୍ଦ୍ଦେଶ ଦେବେ ଆମେ ତାହା ପାଳନ କରୁବୁ । ବିରୋଧୀ ଅଭିଯୋଗ କଲେ କିଛି ହେବନି ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପୌରନିର୍ବାଚନ ପ୍ରକିୟା ଚାଲିଛି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହୋଇନାହିଁ । ତେଣୁ ବଜେଟ ଅଧିବେଶନ ବିଳମ୍ବରେ ହେଉଛି । ଆଗରୁ ବହୁତ ନଜିର ରହିଛି । ଏଭଳି କାମଚଳା ବଜେଟ ଆସିଛି । ତେଣୁ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ନହେବା ପାଇଁ ଏଭଳି କାମଚଳା ବଜେଟ ଆସୁଛି । ବିରୋଧୀ କ’ଣ କହିବେ ପଂଚାୟତ ନିର୍ବାଚନ ଲୋକ ଠିକ୍ ଜବାବ ଦେଇଛନ୍ତି । ତେଣୁ କିଛି ଅଗଣତାନ୍ତ୍ରିକ ନୁହେଁ ସବୁ ନିୟମ ମାନି କରାଯାଉଛି ।
ସୂଚନା ଯେ, ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନର ଅବଧି ୭ ଦିନ ଥିଲା ବେଳେ ସେଥିରେ ୬ଟି କାର୍ଯ୍ୟଦିବସ ରହିଛି । ୩୦ ତାରିଖରେ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ତେବେ ସମୟ କମ୍ ଥିବାରୁ ପୂରା ବଜେଟ୍ ୩୧ ତାରିଖ ସୁଦ୍ଧା ପାରିତ ହେବ ନାହିଁ । ତେଣୁ ପ୍ରଥମ ତିନି ମାସ ପାଇଁ ବ୍ୟୟମଞ୍ଜୁରି ବିଲ୍ ୩୧ ତାରିଖରେ ପାରିତ କରାଯିବ ।