ଲାଞ୍ଚ ମାମଲା : ମୋଟଙ୍ଗା ଥାନାର ପୂର୍ବତନ ଏଏସଆଇଙ୍କୁ ଜେଲ୍
ଭୁବନେଶ୍ୱର : ଲାଞ୍ଚ ମାମଲାରେ ମୋଟଙ୍ଗା ଥାନାର ପୂର୍ବତନ ଏଏସଆଇ ମୁରଲୀଧର ପୃଷ୍ଟିଙ୍କୁ ଜେଲ୍ ଦଣ୍ଡାଦେଶ। ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଅନ୍ୟ ଏକ ମାମଲାରେ ବି ପୃଷ୍ଟିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ଉଭୟ ଦଣ୍ଡ ଏକକାଳୀନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯେ, ଗତ ୨୦୧୭ରେ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ମୁରଲୀଧର ଭିଜିଲାନ୍ସ ହାତରେ ଧରାପଡିଥିଲେ।