ବ୍ରଜରାଜନଗର ଉପନିର୍ବାଚନ : ବିଜେଡିର ୪୦ ଜଣିଆ ତାରକା ପ୍ରଚାରକ ତାଲିକା
ଭୁବନେଶ୍ୱର : ବ୍ରଜରାଜନଗର ନଗର ଉପନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି ବିଜେଡି । ୪୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ଡା. ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା,ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ସବାସ ସିଂହ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ନବକିଶୋର ଦାସ, ଟୁକୁନି ସାହୁ, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ଡକ୍ଟର ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲ୍ଲା ଖାନ୍, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚ୍ଚାର୍ଯ୍ୟ, ରାଜେନ୍ଦ୍ର ଢେ଼ାଲକିଆ, ରୋହିତ ପୂଜାରୀ, ରୀତା ସାହୁ, ପ୍ରୀତିରଞ୍ଜନ ଘଡାଇ, ନଳିନୀକାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପଣ୍ଡା, ପ୍ରଶାନ୍ତ ବେହେରା, ସୌଭାଗ୍ୟ ନାୟକ, ବୈକୁଣ୍ଠ ନାୟକ, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିସାରୀ, ଆକାଶ ଦାସ ନାୟକ, ଯୋଗେଶ ସିଂ ଓ ଅରିନ୍ଦମ ରାୟ ପ୍ରମୁଖ ଷ୍ଟାର ପ୍ରଚାରକ ଭାବେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ ଓହ୍ଲାଇବେ । ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ନିଜ ନିଜର ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରିସାରିଛନ୍ତି । ସୂଚନାଯୋଗ୍ୟ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।