ବ୍ରଜରାଜନଗର ଉପ-ନିର୍ବାଚନ : ମଇଦାନରେ ୧୧ ପ୍ରାର୍ଥୀ
ଭୁବନେଶ୍ୱର : ବ୍ରଜରାଜନଗର ଆସନ ପାଇଁ ଲଢିବେ ୧୧ ପ୍ରାର୍ଥୀ । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ମଙ୍ଗଳବାର ଶେଷ ଦିନ ଥିବା ବେଳେ ତିନି ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏଥିସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ଓ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଅଛନ୍ତି । ସେମାନେ ହେଉଛନ୍ତି ପାର୍ବତୀ ବେହେରା ଓ ତପନ ସ୍ୱାଇଁ । ସେହିପରି ଓଡ଼ିଶା ଜନତା ପାର୍ଟିର ମନୋଜ ପ୍ରଧାନ ମଧ୍ୟ ତାଙ୍କ ପ୍ରାର୍ôଥପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏବେ ମଇଦାନରେ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆଲୋଚନା ହେଉଛି । ଏବେ ମଇଦାନରେ ରହିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି, ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନ, ଆଦିତ୍ୟ ପ୍ରଧାନ ଓ ଦୀନବନ୍ଧୁ ବିଶ୍ୱାଳ ପ୍ରମୁଖ।
ସୂଚନା ଯେ, ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଜୁନ୍ ୩ ତାରିଖରେ ଭୋଟ୍ ଗଣତି ହେବ ।