୨୬ରୁ ବକ୍ସିଂ ଡେ ଟେଷ୍ଟ : ନୂତନ କାର୍ଯ୍ୟସୂଚୀ ଘୋଷଣା କଲା ସିଏସଏ
ନୂଆଦିଲ୍ଲୀ : ଘରୋଇ ସିରିଜ୍ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)। ଘରୋଇ ମାଟିରେ ଦଳ ଭାରତ ବିପକ୍ଷରେ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ଖେଳି। ନୂତନ କାର୍ଯ୍ୟକ୍ରମ ଅନୁସାରେ, ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ସହିତ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ।
ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିୟାନର ସୁପରସ୍ପୋର୍ଟ ପାର୍କରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ୨୦୨୨ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କେପଟାଉନ୍ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ ସିରିଜ୍ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତରେ ଖେଳାଯିବ।
ଏହା ପରେ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ରେ, ଦ୍ଵିତୀୟ ଜାନୁଆରୀ ୨୧ରେ ରେ ଏବଂ ତୃତୀୟ ଦିନିକିଆ ଜାନୁଆରୀ ୨୩ରେ ଖେଳାଯିବ। ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାର ଥିଲା। ମାତ୍ର କୋଭିଡ୍-୧୯ର ନୂତନ ଭାରିଏଣ୍ଟ ଓମିକ୍ରନ କାରଣରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଟି-୨୦ ସିରିଜ୍କୁ ଗସ୍ତରୁ ବାଦ ଦିଆଯାଇଛି।