ବକ୍ସିଂ ଡେ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୭୨/୩
ସେଞ୍ଚୁରିୟନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଠାରୁ ସେଞ୍ଚରିୟନ ଷ୍ଟାଡିୟମରେ ଆରମ୍ଭ ହୋଇଛି ବକ୍ସିଂ ଡେ ଟେଷ୍ଟ । ଦକ୍ଷିଣ ଆଫ୍ରିକାର ସୁପରସ୍ପୋର୍ଟ୍ସ୍ ପାର୍କରେ ରବିବାର ଆରମ୍ଭ ହୋଇଥିବା ତିନିଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଲୋକେସ ରାହୁଲଙ୍କ ଦମଦାର ଅପରାଜିତ ଶତକ ବଳରେ ପ୍ରଥମ ଦିନଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଭାରତୀୟ ଦଳ । ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ ହରାଇ ୨୭୨ ରନ ସଂଗ୍ରହ କରିଛି । ଭାରତ ତରଫରୁ ଓପନର ତଥା ଉପଅଧିନାୟକ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ୨୪୮ଟି ବଲ ଖେଳି ୧୬ଟି ଚୌକା ଓ ଗୋଟିଏ ଛକା ବଳରେ ୧୨୨ ରନ୍ର ସହ ଅପରାଜିତ ରହିଛନ୍ତି। ରାହୁଲଙ୍କ ସହ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୮୧ଟି ବଲ ଖେଳି ୮ଟି ଚୌକା ସହ ୪୦ ରନ କରି ଅପରାଜିତ ରହିଛନ୍ତି ।
Stumps on Day 1 of the 1st Test.
— BCCI (@BCCI) December 26, 2021
A brilliant ton from @klrahul11 as #TeamIndia end the first day on 272/3.
Scorecard – https://t.co/eoM8MqSQgO #SAvIND pic.twitter.com/WwXgVoZd9B
ଭାରତର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନିଂ ବ୍ୟାଟିଂ ଆସିଥିବା ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଆରମ୍ଭ କରିଥିଲେ । ଦୁହେଁ ବିନା ଓ୍ବିକେଟରେ ଶତକୀୟ ଇନିଂସ ଖେଳିଛନ୍ତି । ପ୍ରଥମ ଓ୍ବିକେଟ ପାର୍ଟନରସିପ୍ରେ ମୟଙ୍କ-ରାହୁଲ ଯୋଡି ୧୪୭ ରନ କରିଥିଲେ । ମୟଙ୍କ ଅଗ୍ରଓ୍ବାଲ ବ୍ୟକ୍ତିଗତ ଭାବେ ୬୦ ରନକରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ପୁଣି ଫେଲ ମାରିଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ୍ ତାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟିକରିଥିବା ବେଳେ ସେ ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ ଫେରିଛନ୍ତି । ଅଧିନାୟକ ବିରାଟ କୋହଲି ବଡ ସ୍କୋର କରିବାକୁ ଦୀର୍ଘଦିନ ହେଲା ସଂଘର୍ଷ କରୁଥିଲେ ସୁଦ୍ଧା ପ୍ରଥମ ଇନିଂସରେ ଫେଲ୍ ମାରିଛନ୍ତି । ଅବଶ୍ୟ ୩୫ରନର ଇପଯୋଗୀ ଇନିଂସ ଖେଳିଛନ୍ତି ତଥାପି ଏହାକୁ ବଡ ସ୍କୋରରେ ପରିଣତ କରିପାରିନାହାନ୍ତି । ଫର୍ମ ପାଇଁ ସଂଘର୍ଷ କରୁଥିବା ରାହାଣେ ଲୟକୁ ଫେରିଛନ୍ତି । ଲୋକେସ ରାହୁଲ ୨୪୮ ବଲ ଖେଳି ୧୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୨୨ରନ କରି ଅପରାଜିତ ଥିବାବେଳେ ଅଜିଙ୍କ୍ୟ ରାହାଣେ ୪୦ରନ କରି ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ଏକମାତ୍ର ବୋଲର ଭାବେ ସଫଳତା ପାଇଛନ୍ତି । ପ୍ରଥମ ଦିନରେ ଏନ୍ଗିଡି ୧୭ ଓଭର ବୋଲିଂକରି ୪୫ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ ଅନ୍ୟମାନେ ସିଫଳତା ପାଇପାରିନାହାନ୍ତି । ରାବାଡା ୨୦ ଓଭରରେ ୫୧ରନ, ମାର୍କୋ ଜନ୍ସେନ୍ ୧୭ ଓଭରରେ ୬୧ରନ, ଓ୍ବିଆନ୍ ମଲଡର୍ ୧୮ଓଭରରେ ୪୯ରନ ଏବଂ କେଶବ ମହାରାଜ ୧୮ଓଭର ବୋଲିଂ କରି ୫୮ରନ ଦେଇଛନ୍ତି ।