ଉଇକେଟ୍ ନ ମିଳିଲେ ଅମ୍ପାୟାର ଉପରେ ରାଗନ୍ତି ବୋଲର : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କାସଗଞ୍ଜରେ ପହଂଚିଥିଲେ । ପ୍ରଥମ ପର୍ଯ୍ୟାୟରେ ବିଜେପିକୁ ବହୁମତ ମିଳିବ ବୋଲି ଦାବି କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ଲୋକମାନେ ବର୍ତମାନଠାରୁ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । କ୍ରିକେଟରେ ୱିକେଟ୍ ନ ଜଣେ ବୋଲର କିଭଳି ଅମ୍ପାୟାରଙ୍କ ଉପରେ ରାଗିଯାଇଥାଏ ତାହାର ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ଯଦି ଇଭିଏମ୍ ଉପରେ ପ୍ରଶ୍ନ କରିବାର ଅଛି, ତେବେ ମାର୍ଚ୍ଚ ୧୦ ପରେ ବହୁତ ଦିନ ବାକି ଅଛି ।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ବିଜେପିକୁ ବିପୁଳ ଭୋଟ୍ ମିଳିବ ବୋଲି କହିଛନ୍ତି । ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏହି ଲୋକେ ଏବେଠୁ ଇଭିଏମ ଉପରେ ପ୍ରଶ୍ନ କରିବା ଆରମ୍ଭ କଲେଣି । କ୍ରିକେଟରେ ୱିକେଟ୍ ନମିଳିଲେ ଅମ୍ପାୟରଙ୍କ ଉପରେ ବୋଲର ରାଗିବାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଭିଏମ ଉପରେ ପ୍ରଶ୍ନ ଉଠାଇବା ପାଇଁ ମାର୍ଚ୍ଚ ୧୦ ପରେ ବହୁତ ଦିନ ପଡିଛି । ଉଲ୍ଲେଖନୀୟ, କୈରାନାରେ ଗୁରୁବାର ରାତିରେ ଏକ ଗାଡିରେ ଇଭିଏମ ମିଳିବା ପରେ ସମାଜବାଦୀ ପାର୍ଟି ନିର୍ବାଚନ ଆୟୋଗଠାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଡିଏମଙ୍କ କହିବା କଥା ସେସବୁ ରିଜର୍ଭ ଇଭିଏମ ଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲି ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ଲୋକେ ବିପୁଳ ସଂଖ୍ୟାରେ ଘରୁ ବାହାରି ୟୁପିର ବିକାଶ ପାଇଁ ପଦ୍ମରେ ଭୋଟ୍ ଦେଇଛନ୍ତି । ବିଶେଷ କରି ଆମର ଭଉଣୀ ଏବଂ ଝିଅମାନେ ଖୁବ୍ ମତଦାନ କରିଛନ୍ତି । ଗତକାଲି ଅପରାହ୍ନ ପରେ ଇଂଟରଭ୍ୟୁ ଦେଇଥିବା ନେତାଙ୍କ ମୁହଁ କଳା ପଡି ଯାଇଛି । ପ୍ରଧାନମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପରିବାରବାଦ ରାଜନୀତି ନେଇ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଅଖିଳେଶ ଜାଣି ସାରିଲେଣି ଯେ, ତାଙ୍କ ଡଙ୍ଗା ବୁଡିବାକୁ ଯାଉଛି । ଏଥିପାଇଁ ସେ ଏବେଠୁ ଇଭିଏମ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛି । ୱିକେଟ୍ ନମିଳିଲେ ବୋଲର ଯେମିତି ଅମ୍ପାୟରଙ୍କ ଉପରେ ନିଜର କ୍ରୋଧ ଜାହିର କରେ ଠିକ୍ ସେହି ପରି ବିରୋଧୀ ଏବେଠୁ ଇଭିଏମ ଉପରେ ଦୋଷ ଦେବା ଆରମ୍ଭ କରି ଦେଲେଣି । ଜନତା ଆପଣଙ୍କୁ ସ୍ୱୀକାର କରିବେ ନାହିଁ । କାରଣ ସେମାନଙ୍କୁ ଗୁଣ୍ଡାରାଜ ଦରକାର ନାହିଁ । ଯଦି ଇଭିଏମକୁ ଗାଳି ଦେବାର ଅଛି ତେବେ ମାର୍ଚ୍ଚ ୧୦ ପରେ ବହୁତ ଦିନ ପଡିଛି ।
ସୂଚନାଯୋଗ୍ୟ ଯେ ଗୁରୁବାର ରାତିରେ କୈରାନାରେ ଏକ ଗାଡିରେ ଇଭିଏମ୍ ମିଳିବା ପରେ ସମାଜବାଦୀ ପାର୍ଟି ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିବାବେଳେ ଜିଲ୍ଲାପାଳ ଏହା ଏକ ରିଜର୍ଭ ଇଭିଏମ୍ ବୋଲି କହିଥିଲେ । ମୋଦୀ କହିଛନ୍ତି ଯେ ଗତକାଲି ଉତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନରେ ଭଲ ଭୋଟଗ୍ରହଣ ହୋଇଛି । ବିଶେଷକରି ଆମର ଭଉଣୀ ଏବଂ ଝିଅମାନେ ବହୁସଂଖ୍ୟାରେ ଭୋଟ୍ ଦେଇଛନ୍ତି । ଗତକାଲି ଅପରାହ୍ନ ପରେ ସେହି ନେତାଙ୍କ ସମସ୍ତ ସାକ୍ଷାତକାର ଆସିଛି, ଯେଉଁମନଙ୍କ ମୁହଁ ଶୁଖିଯାଇଛି । ଯୋଗୀ ଜୀ, ଆପଣ ଏହି ଲୋକମାନଙ୍କ ଅବସ୍ଥା କ’ଣ କରିଦେଇଛନ୍ତି’? ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, କିଛି ଲୋକ ବର୍ତମାନଠାରୁ ଇଭିଏମ୍ ଏବଂ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । କ୍ରିକେଟ୍ ରେ କ’ଣ ହୁଏ ଆପଣ ଜାଣି ନାହାଁନ୍ତି । ବୋଲର ବଲ୍ ଫୋପାଡି ଦିଅନ୍ତି ଏବଂ ଯଦି ୱିକେଟ୍ ନ ମିଳେ, ତେବେ ବଲ୍ ଫିଙ୍ଗି ସେଠାରେ ପହଂଚିବା ପୂର୍ବରୁ ଆଉଟ ଆଉଟ ପାଟି କରନ୍ତି, ଯଦି ଏହା ଆଉଟ ନହୁଏ, ତେବେ ଅମ୍ପାୟାରଙ୍କ ଉପରେ ରାଗିଯାଆନ୍ତି ।