‘ପାହାଡ଼ଖିଆ ଅସୁର’ କବିତା ପୁସ୍ତକ ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ବର ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ଦ୍ବାରା ଆୟୋଜିତ ସ୍ବେଡେନରେ ଅବସ୍ଥାନ କରୁଥିବା ବାଲେଶ୍ବରର କବି ଡା. ରବିନାରାୟଣ ଦାଶ ଙ୍କର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପାହାଡ଼ଖିଆ ଅସୁର ନାମକ ଏକ କବିତା ପୁସ୍ତକ ଲୋକାର୍ପିତ ହୋଇ ଯାଇଛି । କବି ଓ ସଂପାଦିକା ଅରୁଣା ରାୟ ଏହାକୁ ଉନ୍ମୋଚନ କରି ଉଚ୍ଚ କୋଟୀର କବିତାର ଉଚ୍ଚ ପ୍ରଶଂସା କରିଥିଲେ । ସମୀକ୍ଷକ ଭାବେ ଡ.ଶିରୀଶଚନ୍ଦ୍ର ଜେନା ଯୋଗଦେଇ ଡ ଦାଶଙ୍କ ପ୍ରତି କବିତାକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଳ୍ପୀ କେଶୁ ଦାସ ଯୋଗ ଦେଇ ସାହିତ୍ୟକୁ ଶରୀର ସୁସ୍ଥ ରଖିବା ପାଇଁ ଉପଯୋଗ କରି ନୂତନ ଭାବେ ସାହିତ୍ୟଥିରାପୀ କରାଯିବାର ଆବଶ୍ୟକ ରହିଛି ବୋଲି ଗୁରୁତ୍ୱ ଦେଇଥିଲେ ।
ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରହ୍ବିତ୍ୟ କରିଥିବା ବେଳେ ସଂପାଦିକ ଦୀପକ ଘୋଷ ଅତିଥି ପରିଚୟ ଓ ପ୍ରାକ ସୂଚନା ପ୍ରଦାନ କରିଥିଲେ । କବି କଲ୍ୟାଣୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ପରିଷଦର ପ୍ରଦୀପ ଚାଟାର୍ଜୀ, ତପନ ରାୟ, ନିବାରଣ ଜେନା, ରାଜେଶ ଗିରି, ଅର୍ଚ୍ଚନା ନନ୍ଦୀ ପ୍ରମୁଖ କର୍ମକର୍ତ୍ତା ସହ ସତ୍ୟନାରାୟଣ ଦାଶ, ଅନିତା ରଥ ଓ ବହୁ କବି ସାହିତ୍ୟିକ ଯୋଗ ଦେଇଥିଲେ ।