ପୂର୍ବ ଶତ୍ରୁତାକୁ ନେଇ ସ୍କର୍ପିଓ ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର
ଭୁବନେଶ୍ଵର : ବରମୁଣ୍ଡା ଅଞ୍ଚଳରେ ବୋମା ମାଡ଼ ହୋଇଛି। ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବୋମା ମାଡ଼ କରିଥିବା ଜଣାପଡ଼ିଛି। ଏକ କଳା ରଙ୍ଗର ସ୍କର୍ପିଓ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ବୋମାମାଡ଼ର କାରଣ ଜଣାପଡ଼ି ନଥିବା ବେଳେ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ଘଟଣା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ସ୍କର୍ପିଓ ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି। ତେବେ ବୋମାମାଡ଼ ହୋଇଥିବା ଗାଡ଼ିଟି କାହାର ତାହା ଜଣା ପଡ଼ିନାହିଁ, ପୁଲିସ ଗାଡ଼ିଟିକୁ ଜବତ କରିଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।