୪୯ ବର୍ଷରେ ପଦାର୍ପଣ କଲେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ଜନ୍ ଅବ୍ରାହମ୍
ମୁମ୍ବାଇ : ବଲିଉଡର ହ୍ୟାଣ୍ଡସମ୍ ହଙ୍କ ଜନ୍ ଅବ୍ରାହମ୍ଙ୍କର ଆଜି ଜନ୍ମଦିନ । ୧୯୭୨ ମସିହା ଡିସେମ୍ବର ମାସ ୧୭ ତାରିଖରେ ଜନ୍ଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ସେ ଏକ ମାଲାୟାଲି-ପାର୍ସୀ ପରିବାର ପୁଅ । ଜନଙ୍କ ବାପା କେରଳି ଖ୍ରୀଷ୍ଟିଆନ ହୋଇଥିବା ବେଳେ ମା’ ଜଣେ ଭାରତୀୟ ପାର୍ସୀ ପରିବାରର । ବଲିଉଡର ଜଣେ ହଟ୍ ଅଭିନେତା ଭାବେ ପରିଚିତ ଜନ୍। ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି ସେ । ମଡେଲରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଜନ୍। ଫିଲ୍ମ ସହ ଜନ୍ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ବଲିଉଡର ବ୍ଲାକ୍ ବିଉଟି ବିପାଶାଙ୍କ ସହ ସମ୍ପର୍କରେ ଥିଲେ ।
ତାଙ୍କ ନାମ ଫରହାନ ଅବ୍ରାହିମ । ବଲିଉଡକୁ ଆସିବା ପରେ ନାମ ପରିବର୍ତ୍ତନ କରି ଜନ ରଖିଥିଲେ । ସବୁବେଳେ ଫିଟ୍ ରହୁଥିବା ଜନ୍ ଜଣେ ଶାକାହାରୀ । ସେ ପଶୁ କ୍ରୁରତା ବିରୁଦ୍ଧରେ ସବୁବେଳେ କୁହନ୍ତି । ତେଣୁ ଆମୀଷ ଖାଇବାକୁ ପସନ୍ଦ କରନ୍ତି ନାହିଁ । ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଜନ୍ । ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ମୁମ୍ବାଇ ସାଗା ତାଙ୍କ ପ୍ରଥମ ଅଭିନୀତ ଫିଲ୍ମ । ଏହାପରେ ଗୋଟେ ପରେ ଗୋଟେ ଫିଲ୍ମ ଭେଟି ଦେଇ ଚାଲିଥିଲେ ଜନ୍ ଅବ୍ରାହମ୍ । ଏହାପରେ ସରଦାର କା ଗ୍ରାଣ୍ଡସନ, ସତ୍ୟମେବ ଜୟତେ, ସତ୍ୟମେବ ଜୟତେ ୨, ପୋଖରାନ, ଆଟାକ, ଜିସମ, ଧୁମ, ଫୋର୍ସ, ନ୍ୟୁର୍କ, ଡିସୁମ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।
ଅଭିନେତ୍ରୀ ବିପାଶା ବାସୁଙ୍କ ସହ ‘ଜିସ୍ମ’ ଫିଲ୍ମରେ କାମ କରିଥିଲେ । ଫିଲ୍ମରେ ତାଙ୍କୁ ସଫଳତା ମିଳିଥିଲା । ଏହା ପରେ ବିପାଶାଙ୍କ ପ୍ରେମରେ ପଡିଥିଲେ ସେ । ଏହି ଯୋଡି ବଲିଉଡକୁ ଦେଇଥିଲେ ଅନେକ ଫିଲ୍ମ । ବିପାଶା ଓ ଜନଙ୍କ ଚର୍ଚ୍ଚିତ ଫିଲ୍ମ ଗୁଡିକ ହେଲା ‘ମଦହୋସ୍’, ‘ଧନ୍ ଧନା ଧନ୍ ଗୋଲ’, ‘ଏତବାର’ ଭଳି ଫିଲ୍ମ । କିଛି ଦିନ ପରସ୍ପର ସହ ରିଲେସନଶିପରେ ରହିବା ପରେ ଏହି ଯୋଡି ବ୍ରେକଅପ କରିଥିଲେ । ଦୁଇଜଣଙ୍କ ବ୍ରେକଅପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ପ୍ରିୟା ରୁଞ୍ଚଲଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ଜନ । ଏହି ଯୋଡି 2014ରେ ଆମେରିକାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।