ବୋଲେରୋ ଏବଂ ଘରୋଇ ବସ୍ ମୁହାଁମୁହିଁ ଧକ୍କା : ୬ ମୃତ, ୨ ଗୁରୁତର
ନୂଆଦିଲ୍ଲୀ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଦେବରିୟା ଜିଲାରେ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଛି । ଏହି ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି ।
ସୂଚନା ଯେ, ଗୌରୀ ବଜାର- ରୁଦ୍ରପୁର ମାର୍ଗରେ ସୋମବାର ବିଳମ୍ବିତ ରାତିରେ ଇନ୍ଦୁପୁର କାଳୀ ମନ୍ଦିର ଛକ ନିକଟରେ ବୋଲେରୋ ଏବଂ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୬ଜଣ ମଧ୍ୟ ଆହତ ହୋଇଛନ୍ତି । ସେଥିରୁ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି ।