ବିଏମସିର ନୂଆ ଗାଇଡ୍ଲାଇନ୍
ବିବାହ ଉତ୍ସବରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି
ଏପ୍ରିଲ ୬ରୁ ଲାଗୁ ହେବ ନୂଆ ନିୟମ
ଭୁବନେଶ୍ୱର : କରୋନା ସଂକ୍ରମଣରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କଟକଣାକୁ ଆହୁରି କଡାକଡି କରାଯାଇଛି । ଏନେଇ ବିଏମସି ପକ୍ଷରୁ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୬ ତାରିଖ ଠାରୁ ଏହି କଟକଣା ଲାଗୁ ହେବ ବୋଲି ବିଜ୍ଞପ୍ତି ରେ ଉଲ୍ଲେଖ କରାଯାଇଛି । ବିଏମସିର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଏଣିକି ବିବାହ କାର୍ଯ୍ୟରେ ୨୦୦ ବଦଳରେ ମାତ୍ର ୧୦୦ ଲୋକଙ୍କୁ ଅନୁମତି ମିଳିବ । ସେହିପରି ଶୁଦ୍ଧିକ୍ରିୟା କାର୍ଯ୍ୟରେ ୫୦ ଜଣ ଲୋକ ଏକତ୍ର ହୋଇପାରିବେ । ଭୁବନେଶ୍ୱରରେ କୌଣସି ପ୍ରକାର ସମ୍ମିଳନୀ , ସଭା ସମାବେଶ ହୋଇପାରିବ ନାହିଁ । କୌଣସି ଅନୁଷ୍ଠାନର ରୌପ୍ୟ ବା ସୁବର୍ଣ୍ଣ ଜୟନ୍ତୀ କିମ୍ବା ଶତବାର୍ଷିକୀ ପାଳନ କରାଯାଇପାରିବ ନାହିଁ । ଏହା ବ୍ୟତୀତ କୌଣସି ଶିକ୍ଷା ଅନୁଷ୍ଠାନ ବା ଅନ୍ୟ ଅନୁଷ୍ଠାନ ଗୁଡିକର ବାର୍ଷିକ ଉତ୍ସବ ପାଳିତ ହୋଇପାରିବ ନାହିଁ । ଏହା ବ୍ୟତୀତ ଯେକୌଣସି କାର୍ଯ୍ୟକ୍ରମ ପାଇଁ ଆୟୋଜକ ବିଏମସି ଠାରୁ ଅନୁମତି ଆଣିବାକୁ ପଡିବ