ଦୁଇ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ବ୍ରହ୍ମଗିରି : ପୁରୀ ଜିଲା ବ୍ରହ୍ମଗିରି ଥାନା କାଠୁଆରେଡି ବାଲିହରଚଣ୍ଡି ରାସ୍ତା କଡ଼ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ପୂର୍ବକ କାରଣ ଖୋଜୁଛି ।
ସୂଚନା ଯେ, ଶନିବାର ବାଲିହରଚଣ୍ଡୀ ରାସ୍ତାର ମାଲାସା ଶଙ୍ଖ ନିକଟ ଚାଷଜମିରୁ ଦୁଇ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏପିରିକି ସେଠାରେ ଏକ ମୋଟରସାଇକେଲ ଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଶୁକ୍ରବାର ରାତିରେ ପୁରୀ ଅଞ୍ଚଳର କିଛି ଯୁବକ ରାତିରେ ବାଲିହରଚଣ୍ଡିରେ ଭୋଜି କରି ଫେରିଥିଲେ। ମୃତ ଯୁବକ ଦୁଇ ଜଣ ପୁରୀ ଖଡିପଦା ଅଞ୍ଚଳର ବୋଲି ପରିଚୟ ମିଳିଛି। ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।