ଖଇରା ଓ କୁପାରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର, ୧୬୯ୟୁନିଟ ରକ୍ତ ସଂଗ୍ରହ
ଖଇରା : ଓଡିଶା ମୋ ପରିବାର ଆନୁକୂଲ୍ୟରେ ବାଲେଶ୍ୱର ଜିଲା ଖଇରା ବ୍ଲକ ୨ ପ୍ରମୁଖ ଖଇରା ମହାବିଦ୍ୟାଳୟ ଓ କୁପାରୀସ୍ଥିତ ଡଃ ହରେକୃଷ୍ଣ ମହତାବ ମହାବିଦ୍ୟାଳୟରେ ସୋମବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୁପାରୀ ମହାବିଦ୍ୟାଳୟରେ ୧୦୪ଜଣ ଛାତ୍ରୀଛାତ୍ର ଓ ଖଇରା ମହାବିଦ୍ୟାଳୟରେ ୬୫ଜଣ ପିଲା ରକ୍ତଦାନ କରିଥିଲେ । ଏହାକୁ ମିଶାଇ ୫ବର୍ଷ ମଧ୍ୟରେ ରକ୍ତ ସଂଗ୍ରହ ୟୁନିଟ ସଂଖ୍ୟା ୮ହଜାର ୪୩୪ୟନିଟ ରେ ପହଞ୍ଚିଛି । ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ୨ଟି ଶିବିରକୁ ଉଦ୍ଘାଟନ କରିଥିଲେ । ୫ବର୍ଷ ମଧ୍ୟରେ ଖଇରା ସିମୁଳିଆରେ ଏହି ଐତିହାସିକ ବିରଳ ରେକର୍ଡ ପାଇଁ ସମସ୍ତ ରକ୍ତଦାତାଙ୍କୁ ବିଧାୟକ ସାଧୁବାଦ ଜଣାଇଥିଲେ । ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର,ଖଇରା ସମିତିସଭ୍ୟା ନର୍ମଦା ଦେଓ,ବ୍ଲକ ବିଜୁ ଛାତ୍ର ଜନତା ସଭାପତି ଗୌତମ ରାଉତ,ବିଜୁ ଯୁବ ଜନତା ସଭାପତି ରାଜେନ୍ଦ୍ର ନାୟକ,ଖଇରା ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପାଢୀ,କୁପାରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଚନ୍ଦନା ଘଡେଇ,ଏମ୍ପି ପ୍ରତିନିଧି ଜୟନ୍ତ କୁମାର ରାଉତ, ଯୁବ ରେଡକ୍ରସ ମୁଖ୍ୟ ଜ୍ୟୋତିଶ୍ଚକ୍ର ନିବାସିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି ଙ୍କ ତତ୍ୱାବଧାନରେ ଶିବିରଦ୍ୱୟ ଅନୁଷ୍ଠିତ ହେବା ସହ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।