ବାଲେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର, ୨୦୦ ୟୁନିଟ୍ ସଂଗୃହୀତ
- ସଂଘର ପୂର୍ବତନ ସଭାପତି ଦିବଙ୍ଗତ ଶ୍ୟାମସୁନ୍ଦର ମୋଦୀ ଓ ଆତ୍ମାରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ
ବାଲେଶ୍ୱର : ବାଲେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏସୋସିଏସନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର କାଳିଦାସପୁର୍ ସ୍ଥିତ ଏସୋସିଏସନ ସଭା ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଓ ଉପ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ ଶିବିରକୁ ଉଦ୍ଘାଟିତ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଳ ସେନ୍ ଜଗଦ୍ଦେବ, ରାଜ୍ୟ ସଂଘ ସଭାପତି ପି. ସତ୍ୟନାରାୟଣ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଓ ସାଙ୍ଗଠନିକ ସମ୍ପାଦକ ଦୀପକ ଆଚାର୍ଯ ଉପସ୍ଥିତ ରହି ରକ୍ତଦାନ ମହତ୍ ଦାନ ଓ ଟୋପାଏ ରକ୍ତ ମଧ୍ୟ ମଣିଷ ଜୀବନକୁ ରକ୍ଷା କରିପାରେ ବୋଲି କହିଥିଲେ । ଏହି ଅବସରରେ ଭଦ୍ରକ, କେନ୍ଦୁଝର, ଅନୁଗୁଳ ଢେଙ୍କାନାଳ ଜିଲାର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଶିବିରକୁ ଉତ୍ସାହିତ ଓ ସଫଳ କରିଥିଲେ । ଏହି ରକ୍ତଦାନ ଶିବିରରେ ସଂଗଠନର ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ରକ୍ତଦାନ କରିଥିଲେ । ବାଲେଶ୍ୱର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଏସୋସିଏସନର ସଭାପତି ସିଦ୍ଧାର୍ଥ ସାରଥି ଦାସ, ସମ୍ପାଦକ ସମୀର ଜଟାନିଆ, ସାଙ୍ଗଠନିକ ସମ୍ପାଦକ ସୁଦୀପ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ଲାଇଜୁ ମିଶ୍ର ଓ ଅରୁଣ ଖଣ୍ଡେଲୱାଲ୍, ଭିକି ପଦାର, ବିକ୍ରମଜିତ କର, ଦିବାକର ରାହୁଲ, ଆଶିଷ ଘୋଷ, ଶ୍ରୀକାନ୍ତ ମହାନ୍ତି, ନୀରଜ ପୋଦ୍ଦାର, ଶାନ୍ତନୁ ଦାସ, ଅଶୋକ ନନ୍ଦ, ପ୍ରଭଦତ୍ତ, ମନୋଜ ଦାସ ପ୍ରମୁଖ ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।
ଓଏସ୍ଆର୍ୟୁ ଓ ଓଏମ୍ଆର୍ୟୁର ସଦସ୍ୟ ମାନେ ଉପସ୍ଥିତ ରହି ଏହାକୁ ଅଧିକ ପୂର୍ଣ୍ଣ ସାଫଲ୍ୟ ମଣ୍ଡିତ କରିଥିଲେ । ରକ୍ତଦାନ ପରି ମହତ୍ କାର୍ଯ୍ୟକୁ ବାଲେଶ୍ୱର ସଂଘର ପୂର୍ବତନ ସଭାପତି ଦିବଙ୍ଗତ ଶ୍ୟାମସୁନ୍ଦର ମୋଦୀ ଓ ଆତ୍ମାରାମ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ।