ରକ୍ତଦାନ ଶିବିର, ୩୨ ୟୁନିଟ ସଂଗୃହୀତ
ନୀଳଗିରି : ସମାଜ କଲ୍ୟାଣ ନିମନ୍ତେ ପ୍ରତି ମୁହୂର୍ତ୍ତରେ ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଥିବା ଓ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଥିବା ଭିନ୍ନକ୍ଷମ ରାଜେନ୍ଦ୍ର କୁମାର ଜେନାଙ୍କ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ସଜନାଗଡ ପଞ୍ଚାୟତର ଭୂଧାରଚଣ୍ଡୀ ହାଇସ୍କୁଲ ପରିସରରେ ବୁଧବାର ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ନୀଳଗିରି ବ୍ଲକର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଏହି କାର୍ଯ୍ୟକ୍ରମରେ ପ୍ରଦିପ ପ୍ରଜ୍ଜ୍ଵଳନ ସହ ଫିତା କାଟି ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୧୨ନଂ ଜୋନର ଜିଲାପରିଷଦ ସଦସ୍ୟ ରଞ୍ଜିତା ସିଂ, ସମାଜସେବୀ ତଥା ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମଦନମୋହନ ମାଝୀ, ସଜନାଗଡ ପଞ୍ଚାୟତର ସରପଞ୍ଚ ପ୍ରଦୀପ ଖାଲପାଳିଆ ଉପସ୍ଥିତିରେ ଉଦଘାଟନ ହୋଇଥିଲା । ଏହି ଅବସରରେ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରରେ ସ୍ବାସ୍ଥ୍ୟ ବିଭାଗର ଡ. ସଞ୍ଜୟ ବାରିକ୍, ସରୋଜ ପସା, ଦୀବ୍ୟାନ୍ସୁ ବେହେରା, ସଂଗ୍ରାମ ଜ୍ୟୋତି ମହାପାତ୍ର, ଗତିକୃଷ୍ଣ ମହାନ୍ତି ଉପସ୍ଥିତ ରହିଥିବା ବେଳେ ପୂର୍ବତନ ସରପଞ୍ଚ ସବିତା ଖାଲପାଳିଆ, ସଞ୍ଜୟ କୁମାର ନାୟକ, ପ୍ରତିସ୍ମିତା ମାହାନ୍ତି, ସୁଶ୍ରୀ ଶ୍ରିୟା ଏଲିନା ଦାସବାବୁ, ଧର୍ମେନ୍ଦ୍ର ଖଣ୍ଡେଇ, ଦିପ୍ତୀକାନ୍ତ ଦାସ ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଦେଖି ଉକ୍ତ ଅଞ୍ଚଳର ବହୁ ବୁଦ୍ଧିଜୀବି ମାନେ ଖୁବ ପ୍ରଂଶସା କରିଥିଲେ।