‘ସହାୟକ’ ପକ୍ଷରୁ ରକ୍ତଦାନ ଶିବିର, ୧୧୨ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ସହର ପଢ଼ୁଆଁପଦା ସ୍ଥିତ ରାଜ୍ୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ ଅବସରରେ ସୋମବାର ‘ସହାୟକ’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରୁ ମୋଟ୍ ୧୧୨ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇ ଜିଲା ରକ୍ତଭଣ୍ଡାରକୁ ପଠାଯାଇଛି ।
ଜିଲା ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ଜିଲା ରକ୍ତଦାତା ସଂଘର ସମ୍ପାଦକ ଇଂ. ଡ. ହୃଷିକେଶ ସାହୁ ଓ ଅନୁଷ୍ଠାନର ସଭାପତି ସାହିତ୍ୟିକ ଇଂ. ସୁରେନ୍ଦ୍ରନାଥ ଦାସ ମିଳିତ ଶିବିରକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନରର ସମ୍ପାଦକ ବିଜୟ କୁମାର ଦାସଅଧିକାରୀ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ଓ ସମ୍ପାଦକ ବସନ୍ତ ନାୟକ ତଥା ବହୁ ସଦସ୍ୟାସଦସ୍ୟା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବାଲେଶ୍ୱର ଆଇଟିଆଇ, ବିଭିନ୍ନ ଇଞ୍ଜିନିୟରିଂ କଲେଜ୍, ମହାବିଦ୍ୟାଳୟର ଛାତ୍ର, ଅଙ୍ଗନୱାଡ଼ି କର୍ମୀ, ଜିଲା ପୋଲିସ୍, ବିଟ୍ସ, ହେଲ୍ପିଂ ହ୍ୟାଣ୍ଡ୍, ମୁଁ ତୁମର ପ୍ରମୁଖ ସଂସ୍ଥା ଓ ସଂଗଠନ ପକ୍ଷରୁ ରକ୍ତଦାତାମାନେ ରକ୍ତ ଦାନ କରିଥିଲେ । ସଚିନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ଦିବାକର ମହାପାତ୍ର, ମିନତୀ ରାୟ, ସାବିତ୍ରୀ ଦାସ, ଡା. ତାରାକାନ୍ତ ନନ୍ଦ, ଲକ୍ଷ୍ମୀପ୍ରିୟା ଜେନା, ପୁଷ୍ପଲତା ମହାନ୍ତି, ପ୍ରଣିତା ମିଶ୍ର, ଗୌରୀ ଦାସ, ପ୍ରତିମା ପଣ୍ଡା, ବକୁଲ ରାୟ, କେଶବ ମହାନ୍ତି, ଲୋକନାଥ ଆଚାର୍ଯ୍ୟ, କାମିନୀକାନ୍ତ ପାଢ଼ୀ, ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍ ଓ ସମାଜସେବୀ ହୁସେନ୍ ଚାଚା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।