ସିନ୍ଦିଆ ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର, ୧୪୩ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ରବିବାର ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ସ୍ଥାନୀୟ ସିନ୍ଦିଆ ଗ୍ରାମପଞ୍ଚାୟତରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରୁ ମୋଟ୍ ୧୪୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ଏହି ଅବସରରେ ଜିଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କିପରି ଲୋକମାନଙ୍କ ନିକଟରେ ପହଞ୍ଚା ଯାଇପାରିବ ସେ ନେଇ କର୍ମୀମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା, ସିନ୍ଧିଆ ସରପଞ୍ଚ ବୃନ୍ଦାବତୀ ପ୍ରଧାନ, ନାଏବ ସରପଞ୍ଚ ଗଣେଷ ପ୍ରଧାନ, ଛାନୁଆ ସରପଞ୍ଚ ପ୍ରମିଳା ସେଠୀ, ପୂର୍ବତନ ପୌର ଅଧ୍ୟକ୍ଷ ଆଲୋକ ସାହୁ, ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର, ଛାନୁଆ ସେବା ସମବାୟ ସମିତିର ସଭାପତି ବିଜୟ କୁମାର ଗିରି, ସିନ୍ଦିଆ ସମବାୟ ସମିତିର ସଭାପତି ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।