ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୧୦୨ ୟୁନିଟ୍ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ଆଇନ ମହାବିଦ୍ୟାଳୟ ପରିସରରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଆୟୋଜନ କରାଯାଇଥିଲା । ଶିବିରରେ ମୋଟ ୧୦୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
ଉକ୍ତ ଶିବିରକୁ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଇଂ. ରବିନ୍ଦ୍ର କୁମାର ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଜରୁରୀ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦେଶରେ ରକ୍ତର ଅଭାବ ଦୂର ଏବଂ ଆଇନ ଛାତ୍ରୀଛାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ଉତ୍ସାହିତ କରିବା ରକ୍ତଦାନ ଶିବିରର ମୂଳ ଲକ୍ଷ୍ୟ ବୋଲି ସଭାପତି ପ୍ରକାଶ କରିଥିଲେ । ପରିଷଦର ସଭ୍ୟ ନିକୁଞ୍ଜ ବିହାରି ଦାସ, ପ୍ରଫେଶର ଶତ୍ରୁଘ୍ନ ମଲ୍ଲିକ, ମଧୂସୁଦନ ଦାସ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ରାଜଲକ୍ଷ୍ମୀ ଜତି, ବରିଷ୍ଠ ଅଧ୍ୟାପକ ଡ. ସର୍ବେଶ୍ୱର ସାହୁ, ଡ. ସନ୍ତୋଷ କୁମାର ରଥ, ଜୟନ୍ତ କୁମାର ପାଇକରାୟ, ସମ୍ରାଟ କେଶରୀ ଉଦୟସିଂହ, ଅଧ୍ୟାପକ ଅବିନାସ ନୃସିଂହ ଏବଂ ସାଇନା ସନ୍ତୋଷ ଦାସ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ, ଛାତ୍ର, ଛାତ୍ରୀ ସୁଚାରୁ ରୂପେ ଶିବିର ପରିଚାଳନାରେ କରିଥିଲେ ।