ବ୍ଲକସ୍ତରୀୟ ଏମ୍ଜିଏନଆରଇଜିଏସ ଓ ଏନ୍ଏଫ୍ଏସ୍ଏ ଜନଶୁଣାଣି ଶିବିର
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ସଭାଗୃହରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ନିତ କର୍ମନିଯୁକ୍ତି ଯୋଜନା (ଏମଜିଏନଆରଜିଏସ) ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍ଏଫ୍ଏସଏ) ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ବିଡିଓ ପର୍ଶୂରାମ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର ସାହୁ ଯୋଗ ଦେଇ ଅଧିକ ବା ବେଶୀ ବଡ ପ୍ରକଳ୍ପ ପାଇଁ ଡିମାଣ୍ଡ ଦେବା ପରିବର୍ତ୍ତେ ଛୋଟ ଛୋଟ ପ୍ରକଳ୍ପ କରି ତାକୁ ଶେଷ କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ୨୦୨୧-୨୨ ଆର୍ଥୀକ ବର୍ଷରେ ମୋଟ ୯ ହଜାର୦୧୩ ପରିବାର ର ୧୩ହଜାର୮୮୦ ସଦସ୍ୟ ୩ଲକ୍ଷ୧୮ହଜାର୯୪୫ଦିନର କାମ କରିଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ । ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ,ଜିଲା ପରିଷଦ ସଭ୍ୟା ସୁଷମା ମହାପାତ୍ର,ରଶ୍ମିତା ମହାପାତ୍ର ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ,ମାନସ କୁମାର ଦାଶ ପ୍ରମୁଖ,ସହକାରୀ ଯନ୍ତ୍ରୀ ସୌମ୍ୟ ମୁକୁନ୍ଦ ବାରିକ,ସିପି ବୁଲୁ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଅର୍ଣ୍ଣପୁର୍ଣ୍ଣା ଯୋଜନାରେ ବହୁ ମଲାବ୍ୟକ୍ତିଙ୍କ ନାମ ରହିଥିବା ନେଇ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାନେ ଅଭିଯୋଗ କରିଥିଲେ । ବହୁ ପରିବାର ଙ୍କ କାର୍ଡରେ ନାମ ଯୋଡିବା ଓ କାଟିବା ପ୍ରକ୍ରିୟା ପେଡିଂ ରଖାଯାଉଥିବା ନେଇ ଲୋକପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ ।