ବାଲେଶ୍ୱର : ସଦର ବିଜୁ ଯୁବ ଜନତା ତରଫରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ବୈଠକ
- ପଞ୍ଚାୟତ ଏବଂ ୱାର୍ଡ଼ସ୍ତରରୁ ସଂଗଠନକୁ ମଜୁବତ କରିବା ପାଇଁ ଆହ୍ୱାନ ଦେଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଭେନ୍ୟା ପାରାଡାଇଜରେ ସଦର ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ, କର୍ମକର୍ତ୍ତା ବୈଠକ ଏବଂ ସମ୍ବର୍ଦ୍ଧନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୨ ଜଣ ବ୍ଲକ କର୍ମକର୍ତ୍ତା, ୩୭ ଜଣ ପଞ୍ଚାୟତ ଯୁବ ସଭାପତି, ୩୭ ଜଣ ପଞ୍ଚାୟତ ସୋସିଆଲ ମିଡ଼ିଆ ସଂଯୋଜକ ଯୋଗଦେବା ସହ ସଦର ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି ସଭାର ସଭାପତିତ୍ୱ କରିଥିଲେ ।
ବୈଠକରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ପଞ୍ଚାୟତ ଏବଂ ୱାର୍ଡ଼ସ୍ତରରୁ ସଂଗଠନକୁ ମଜୁବତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହିତ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ବକ୍ତବ୍ୟରେ କହିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଘରେ ଘରେ ପହଞ୍ଚାଇବା ସହ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ପାଇଁ ଦୁଇ ବିଧାୟକ ଯୁବ କର୍ମୀଙ୍କୁ ପରାମର୍ଶ କରିଛନ୍ତି । ବହୁ ଯୁବ ନେତା ତଥା ତଥା ରାଜ୍ୟ ଯୁବ ଜନତା ଦଳ, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରଞ୍ଜିତ ମହାପାତ୍ର, ରାଜ୍ୟ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ବିଜେଡି ଜିଲା ସାଧାରଣ ସମ୍ପାଦକ ବରଦା ପସନ୍ନ ପଟ୍ଟନାୟକ, ଜିଲା ଯୁବ ସଭାପତି ତାପସ ପରିଡ଼ା, ଜିଲା ଯୁବ ଡିଜିଟାଲ ସମ୍ପାଦକ ଅବିନାଶ ନାୟକ, ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ବ୍ଲକ ସଭାପତି ବସନ୍ତ ପଣ୍ଡା, ବ୍ଲକ ଯୁବ ଡିଜିଟାଲ ସମ୍ପାଦକ ଗୌରବ ରାଉତ ମଞ୍ଚରେ ଉପସ୍ଥିତ ରହି ଯୁବକର୍ମୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଆଗାମୀ ଦିନରେ ଅଧିକରୁ ଅଧିକ ଯୁବକ ବନ୍ଧୁଙ୍କୁ ବିଜୁ ଜନତା ଦଳରେ ଯୋଡ଼ିବା ସହ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ । ଶେଷରେ ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଦିବ୍ୟଶକ୍ତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ବ୍ଲକ କାର୍ଯ୍ୟକାରୀ ସଭାପତି ମାନସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।