ସିମୁଳିଆରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ : ଅଂଶ ଗ୍ରହଣ କଲେ ୩୨୦ ପ୍ରତିଯୋଗୀ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଭାରତ ସେବାନିଧି ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ବିଭିନ୍ନ ୧୫୧ଟି ସ୍କୁଲକୁ ନେଇ ଗଠିତ ୧୬ଟି କ୍ଲଷ୍ଟରୁ ୩୨୦ଜଣ ପ୍ରତିଯୋଗୀ ଜୁନିଅର ଓ ସିନିୟର ବିଭାଗରେ ତର୍କ, ପ୍ରବନ୍ଧ, ବକୃତା, ସୃଜନ ଲିଖନ, ଚିତ୍ରାଙ୍କନ, କୁଇଜ, କଣ୍ଠ ସଙ୍ଗୀତ, ହସ୍ତାକ୍ଷର ଓ ଗୃପ ଡ୍ୟାନ୍ସ ଇତ୍ୟାଦି ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଭାଗରେ କୃତି ମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ଜିଲାସ୍ତରୀୟ ସୁରଭିରେ ଅଂଶ ଗ୍ରହଣ କରିବେ ।
ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଗୁଗୁଲ ଶିକ୍ଷାର ଗନ୍ତାଘର, ଛାତ୍ରୀଛାତ୍ର ମାନେ ଏହାକୁ ବ୍ୟବହାର କରି ଶିିକ୍ଷିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ପଣ୍ଡା ଯୋଗ ଦେଇ ପ୍ରତ୍ୟେକ ଶିଶୁର ଆଗ୍ରହ ଅନୁସାରେ ଶିକ୍ଷା ଯୋଗାଇଦେଲେ ତାହା ଉନ୍ନିତିର ପ୍ରେରଣା ଯୋଗାଏ, ତେଣୁ ଆନନ୍ଦମୟ ଶିକ୍ଷା ଶିଶୁର ଜନ୍ମଗତ ଅଧିକାର ବୋଲି ସେ କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ, ବିଦ୍ୟାଳୟ ପରିଚାଳନା ସଭାପତି ବରେନ୍ଦ୍ରନାଥ ଖିଲାର, ସରପଞ୍ଚ ମନୋରମା ବେହେରା, ଜୟନ୍ତ ନାୟକ, ଗଦାଧର ଦାସ, ରମେଶ ଚନ୍ଦ୍ର ସାହୁ, ସିନ୍ଧୁ ଶଙ୍କର ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଶିକ୍ଷକ ବନମାଳୀ ନାୟକ ଓ ବିଶ୍ୱମ୍ବର ପଣ୍ଡା ମଞ୍ଚ ସଞ୍ଚାଳନା ଓ ପ୍ରଧାନ ଶିକ୍ଷକ ଜେନାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରି ହାଇସ୍କୁଲର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ମଞ୍ଚସ୍ଥ ସାଂସ୍କୃତି କାର୍ଯ୍ୟକ୍ରମ ସର୍ବଧର୍ମ ସମନ୍ୱୟ ବାର୍ତ୍ତା ପ୍ରଥମ ହେବା ସହିତ ସର୍ବସାଧାରଣରେ ବେଶ ଆଦୃତ ହୋଇଥିଲା ।