ଜିଲ୍ଲା ପ୍ରଶାସନର ପ୍ଲଟ ନିଲାମକୁ ବିରୋଧ ବ୍ୟବସାୟୀ, ଦୋଳି, ମୀନାବଜାର ଓ ଟେଣ୍ଟ ହାଉସ ସଂଘର ନିଲାମକୁ ବର୍ଜନ
କଟକ : ଚଳିତବର୍ଷ ବାଲିଯାତ୍ରରେ ପ୍ଲଟ ଆବଣ୍ଟନ ପାଇଁ ନିଲାମରେ ନୂଆ ନିୟମକୁ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଂଚ ପକ୍ଷରୁ ବିରୋଧ କରାଯାଇଛି । ବ୍ୟବସାୟୀ, ଦୋଳି, ମୀନାବଜାର ଓ ଟେଣ୍ଟ ହାଉସ ସଂଘ ନିଲାମ ପ୍ରକ୍ରିୟାରେ ଭାଗ ନେବେ ନାହିଁ ବୋଲି ସେମାନେ କହିଛନ୍ତି । ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟସ୍ତରୀୟ ମାନ୍ୟତାପ୍ରାପ୍ତ ଐତିହ୍ୟ ବାଲିଯାତ୍ରାର ଅସ୍ମିତାକୁ ଅମର୍ଯ୍ୟାଦା ଓ ବ୍ୟବସାୟୀଙ୍କୁ ବ୍ୟୟବହୁଳ ବୋଝରେ ତଳିତଳାନ୍ତ କଲାଭଳି ପ୍ଲଟ ନିଲାମ ପ୍ରକ୍ରିୟା ବାତିଲ କରାଯାଇ ବିଗତ ଦିନରୁ ଚଳିଆସୁଥିବା ପୁରୁଣା ଶୈଳୀକୁ ପ୍ରଚଳନ ପାଇଁ ଦାବି କରିଛି ମିଳିତ ମଂଚ । ପୁରୁଣା ଶୈଳୀରେ ନିଲାମ ନ ହେଲେ ସେମାନେ ନିଲାମ ପ୍ରକ୍ରିୟାରେ ଭାଗ ନେବେ ନାହିଁ କି କୈାଣସି ସହଯୋଗ କରିବେ ନାହିଁ ବୋଲି ବାଲିଯାତ୍ରା ବ୍ୟବସାୟୀ ମିଳିତ ମକ୍ଟକ୍ଟ୍ରର ଆବାହକ ମନୋରଂଜନ ସାହୁ ଜଣାଇଛନ୍ତି ।