ଆଫଗାନିସ୍ତାନରେ ବଡ ଧରଣର ବିସ୍ଫୋରଣ : ୧୨ ମୃତ, ୨୫ ଆହତ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ବଡ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୧୨ ମୃତ, ୨୫ ଆହତ । ଗତ ଶୁକ୍ରବାର ଦିନ ଘଟିଛି ଏଭଳି ଅଘଟଣ । ତାଲିବାନଙ୍କ କବଜା ପରେ ଆପଗାନିସ୍ତାନ ଉପରେ ବହୁ ଆକ୍ରମଣ ହେଉଛି । ଏବେ ଆଉ ଏକ ବଡ ବିସ୍ଫୋରଣ ସାମ୍ନାକୁ ଆସିଛି । ଆଫଗାନିସ୍ତାନର ପଶ୍ଚିମ ପ୍ରଦେଶର ହେରାଟରେ ବିସ୍ଫୋରଣ ଘଟିଛି । ହେରାଟ ପ୍ରଦେଶର ରାଜଧାନୀର ପିଡି ୧୨ ରେ ଏହି ବିସ୍ଫୋରଣ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି । ହେରାଟ ସହରରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨ ବୃଦ୍ଧିକୁ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା ରହିଛି । ଏହା ସହ ୨୫ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ବିସ୍ଫୋରକ ସାମଗ୍ରୀକୁ ଏକ ଖେଳ ପଡ଼ିଆରେ ପୋତି ଦିଆଯାଇଥିଲା ଏବଂ ସେଠାରେ କିଛି ଲୋକ ଖେଳୁଥିଲେ। ତେବେ ଉକ୍ତ ସମୟରେ ଏହି ବିସ୍ଫୋରଣ ଘଟିଛି । ଏଯାଏଁ ଏହି ଘଟଣାରେ କୌଣସି ସଂସ୍ଥା ସାମିଲ ଥିବା କଥା ଦାବି କରାଯାଇନାହିଁ । ଏହି ବିସ୍ଫୋରଣରେ କାହାର ଲିଙ୍କ ଅଛି ସେନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଉକ୍ତ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଗତ ବର୍ଷ ଅଗଷ୍ଟରେ ତାଲିବାନ ଦ୍ୱାରା ଆଫଗାନିସ୍ତାନ କବଜା ହେବା ପରଠାରୁ ସାରା ଦେଶରେ ଅନେକ ଆକ୍ରମଣ ହୋଇଛି । ଏହାପୂର୍ବରୁ ଜାନୁଆରୀ ମାସରେ ହେରାଟ ସହରରେ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ।