ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
- ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବ ବୈଠକ
- ରାଜ୍ୟର ବିଭିନ୍ନ ସମସ୍ୟା ନେଇ ହେବ ଆଲୋଚନା
ଭୁବନେଶ୍ୱର : ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭର୍ଚୁଆଲ ମୋଡରେ ସୋମବାର ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ଚିଠା ପ୍ରସ୍ତାବ ଆଗତ ହେବ । ରାଜ୍ୟରେ ବିଭିନ୍ନ ଉତ୍କଟ ସମସ୍ୟା ନେଇ ବରିଷ୍ଠ ମନ୍ତ୍ରୀ ଓ ନେତାମାନଙ୍କର ସହ ଆଲୋଚନା କରାଯିବ। ରାଜ୍ୟରେ ବିଭିନ୍ନ ସମସ୍ୟା ଉତ୍କଟ ରୂପ ନେଉଥିବାବେଳେ ବିଶେଷ କରି କୃଷକ ସମସ୍ୟା, ଶିଶୁ ଓ ମହିଳା ନିର୍ଯ୍ୟାତନା, ଦୁଃସ୍ଥ ହେଉଥିବା ଆଇନ ବ୍ୟବସ୍ଥା, କରୋନା ପରିଚାଳନା ଓ ଗୋସୁରକ୍ଷା ନେଇ ଆଲୋଚନା ହେବ ।
ଏଥିରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ। ରାଜ୍ୟର ସବୁ ସାଂସଦ, ବିଧାୟକ ଓ ସବୁ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ରହିବେ। ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ନେଇ ହେବ ଆଲୋଚନା ହେବ। କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବ। ବିଶେଷ କରି ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି, କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା , କୋଭିଡ ପରିଚାଳନ, ପାନୀୟ ଜଳ ସମସ୍ୟା ଗୋ ସୁରକ୍ଷା ନେଇ ବୌଟକରେ ଆଲେଚନା କରାଯିବ।