ପାତ୍ରପଡ଼ା ଓ କୁରାଡ଼ିହାରେ ଭାଜପାର ମାରାଥନ ପ୍ରଚାର

ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପା ବାଜିମାତ୍ କରିବ : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ୨୬ନଂ. ଓ ୨୮ନଂ. ଜୋନ୍ରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ପ୍ରଥମେ ଶ୍ରୀ ଦତ୍ତ ପାତ୍ରପଡ଼ା ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପନିଂ କରି ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ଭିକ୍ଷା କରିଥିଲେ ଓ ପରେ କୁରାଡ଼ିହା ପଞ୍ଚାୟତରେ ଏକ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଥିଲେ ।
ଏହି ଅବସରରେ ଶ୍ରୀ ଦତ୍ତ ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ସେହିପରି ଗତ ଉପ-ନିର୍ବାଚନରେ ବିଜେଡି ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ-ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦୀ ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା କର୍ମୀ ମାନେ ଠିକାଦାର ସାଜି ଲୁଟୁଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାରୁ ବଞ୍ôଚତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ୨୬ନଂ. ଜିଲାପରିଷଦ ପ୍ରାର୍ଥିନୀ ଝୁନୁଲତା ସ୍ୱାଇଁ, ୨୮ନଂ. ଜିଲାପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ, ପାତ୍ରପଡ଼ା ସରପଞ୍ଚ ପ୍ରାର୍ôଥନୀ ବିନୋଦିନୀ ଦଳେଇ ଓ ସମିତିସଭ୍ୟା ପ୍ରାର୍ôଥନୀ ଅନା ଦାସ, କୁରାଡ଼ିହା ସରପଞ୍ଚ ପ୍ରାର୍ଥୀ ନିରନ ଧଳ ଓ ସମିତିସଭ୍ୟା ପ୍ରାର୍ଥୀ ରାଜକିଶୋର ମହାଳିକ, ଅନନ୍ତ ନାୟକ, ଅଜୟ ନାୟକ, ସଦାଶିବ ଜେନା, ମନ୍ମୟ ଦାସ, ଅଜୟ ବିଶ୍ୱାଳ, ବସନ୍ତ ନାୟକ, ପ୍ରତାପ ନାୟକ, ସୁଶାନ୍ତ ନାୟକ, ଜଗା ପାଢ଼ୀ, ମନୋରଞ୍ଜନ ବାରିକ, ରାଜେନ୍ଦ୍ର ବାରିକ, ସାଗର ଦାସ, ପୁରୁଷୋତ୍ତମ ବାରିକ, ନିରନ ବାରିକ, ଚକ୍ରଧର ଜେନା, ନରେନ୍ଦ୍ର ମହାଳିକ, ଶଶିକାନ୍ତ ମିଶ୍ର, ତନ୍ମୟ ଜେନା, ଜିତେନ୍ଦ୍ର ଷଡ଼ଙ୍ଗୀ ସହ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।