ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୬୦ ପ୍ରାର୍ଥୀଙ୍କ ତାଲିକା ଜାରୀ କଲା
ନୂଆଦିଲ୍ଲୀ : ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ୧୬୦ ପ୍ରାର୍ଥୀଙ୍କ ପ୍ରଥମ ତାଲିିକା ପ୍ରକାଶ କରିଛି । ଘାଟଲୋଦିଆ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିର୍ବାଚନରେ ରହିବେ । ଗୁରୁବାର ଦିନ ପ୍ରକାଶ ପାଇଥିବା ଏହି ତାଲିକାରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା କେନ୍ଦ୍ରୀୟ ନିର୍ବାନ କମିଟିର ବୈଠକରେ ପ୍ରାର୍ଥୀଙ୍କ ନାମ ଅନୁମୋଦନ କରାଯାଇଥିଲା ।
ଏହା ପରେ ଆଜି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମାନସୁଖ ମଣ୍ଡଭିଆ, ଗୁଜୁରାଟ ବିଜେପି ସଭାପତି ସି.ଆର ପାଟିଲ ଏଠାରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।