ଉତ୍ତରପ୍ରଦେଶର ଇତିହାସ ରଚିଲା ବିଜେପି, ପୁଣି ଯୋଗୀ ସରକାର!

ନୂଆଦିଲ୍ଲୀ : ପୁଣି ଉତ୍ତରପ୍ରଦେଶର ଆସନ ହାତେଇଲେ ଯୋଗୀ ଆଦିତ୍ୟନାଥ । ନୂଆ ନାମରେ ଚଳିତ ନିର୍ବାଚନରେ ପରିଚିତ ହୋଇଛନ୍ତି ଯୋଗୀ । ୟୁପିର ଗଳି ଗଳିରେ ଚହଳପଡୁଛି ବୁଲଡୋଜର ବାବା ଜୟ । ଖାଲି ୟୁପି ନୁହଁ ଦିଲ୍ଲୀ ବିଧାନସଭା ଆଗରେ ମଧ୍ୟ ବୁଲଡୋଜର ବାବା ନାମରେ ଚହଳ ପଡିଥିଲା । ଚାରି ଦଶନ୍ଧି ମଧ୍ୟରେ ଉତ୍ତରପ୍ରେଶରେ ଏହା ପ୍ରଥମ ଥର ହୋଇଛି । ୩୭ ବର୍ଷ ପରେ ସରକାର ପୁନରାବୃତ୍ତି ହେଉଛି । ୧୯୮୫ ପରେ କେବେ ଏଭଳି ଘଟଣା ରାଜନୀତିରେ ଘଟିନଥିଲା । ଯାହାକି ଉତ୍ତରପ୍ରଦେଶର ଇତିହାସ ରଚିଛି । ଭୋଟଗଣତିରେ ଯେତେବେଳେ ରେସରେ ଯୋଗୀ ଆଗୁଆ ରହିଥିଲେ ସେତେବେଳେ ଉତ୍ତରପ୍ରଦେଶବାସୀ ହୋଲି ଆଉ ମିଠା ସହ ସେଲିବ୍ରେଟ କରିଥିଲେ ।
ଉତ୍ତରପ୍ରଦେଶବାସୀ କହିଛନ୍ତି ତାଙ୍କ ମୁଖ୍ୟମନ୍ତ୍ରୀ ପୁଣି ଥରେ ସରକାର ଭାବେ ଆସିବାର ରହିଛି ଅନେକ କାରଣ । ତାଙ୍କ କହିବାନୁସାରେ ସାଧାରଣ ଜନତାଙ୍କ ପାଇଁ ଯୋଗୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ବିଶେଷ କରି ମହିଳାଙ୍କୁ ବିଶେଷ ଧ୍ୟାନ ଦେଇଥିଲେ ଯୋଗୀ ସରକାର । କରୋନା ସମୟରେ ମଧ୍ୟ ଗରିବଙ୍କୁ ସାହା ହୋଇଥିଲେ ୟୁପି ମୁଖ୍ୟମନ୍ତ୍ରୀ । ଯୋଗୀ ୫ ବର୍ଷ ଭିତରେ ଅନେକ ଉନ୍ନତି ମୂଳକ କାମ କରି ଜନତାଙ୍କ ମନ ଜିଣି ନେଇଛନ୍ତି । ବିଏସପି, ସମାଜବାଦୀ ପାର୍ଟି, କଂଗ୍ରେସକୁ ମାତ ଦେଇ ପୁଣି ଥରେ ସରକାର ଗଢିଲା ବିଜେପି । ପ୍ରାୟ ୧୩୫ କୋଟି ଜନତା ବସବାସ କରୁଥିବା ଉତ୍ତର ପ୍ରଦେଶ ଦେଶର ଯେକୌଣସି ରାଜ୍ୟ ଅପେକ୍ଷା ସଂସଦକୁ ସବୁଠୁ ଅଧିକ ସାଂସଦ ପଠାଇଥାଏ।