ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତାକୁ ନେଇ ଜିଲାପାଳଙ୍କୁ ସଦର ବିଜେପି ପକ୍ଷରୁ ଦାବୀପତ୍ର
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଯେଉଁଭଳି ତଦନ୍ତ ଚାଲିଛି ସେଥିରେ ଅନେକ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଚାଳ ଘରେ, ପଲିଥିନ ତଳେ ନିଜ ପରିବାରକୁ ନେଇ ଅନିଶ୍ଚିତ ସୁରକ୍ଷା ମଧ୍ୟରେ କାଳାତିପାତ କରି ଆସୁଛନ୍ତି ସେମାନଙ୍କୁ ତଦନ୍ତ ଅଧିକାରୀ ମାନେ ଯୋଗ୍ୟ ତାଲିକାରୁ ବାଦ୍ କରିଦେଉଛନ୍ତି । ତଦନ୍ତ ଅଧିକାରୀ ମାନଙ୍କୁ ପଚାରିବାରୁ ସେମାନେ ଏହାର ସଠିକ ଉତ୍ତର ଦେଇପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ନେଇ ଘୋଷଣା କରିଛନ୍ତି ଯେ ୨୦୨୨ ମସିହା ସୁଦ୍ଧା ସମସ୍ତ ପରିବାରର ମଥା ଉପରେ ପକ୍କା ଛାତ ରହିବ, ସେ ସ୍ୱପ୍ନ ସ୍ୱପ୍ନରେ ରହିଯିବ ଯଦି ପ୍ରଶାସନ ଏଭଳି ଅବିବେକୀ କାର୍ଯ୍ୟ କରନ୍ତି । ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ସାଧାରଣ ଗରିବ, ଖଟିଖିଆ, ଚାଷୀ ପରିବାରକୁ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ପ୍ରଧାନମନ୍ତ୍ରୀ ଆବାସ ମିଳିବ ସେଥିପାଇଁ ସଦର ବ୍ଲକର ବିରୋଧି ଦଳର ନେତା ତଥା ବୁଆଁଳ ପଞ୍ଚାୟତର ସମିତିସଭ୍ୟ ରବିନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ସଦର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଏକ ୪ ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ କରିଥିଲେ ।
ଦାବୀ ଗୁଡିକ ମଧ୍ୟରେ ଆବାସ ପ୍ଲସ ତାଲିକାର ଯୋଗ୍ୟ ଓ ଅଯୋଗ୍ୟ ଚୟନ ଚିଠାକୁ ସାର୍ବଜନୀନ କରାଯାଉ ଏବଂ ହିତାଧିକାରଙ୍କୁ ଆପତ୍ତି ପାଇଁ ସାତ ଦିନର ସମୟ ଦିଆଯାଉ, ବ୍ଲକରେ ବିଗତ ଦୁଇ ବର୍ଷ ଧରି ବାକ୍ସରେ ଏବଂ ଜିଲ୍ଲାପାଳ ମହୋଦୟଙ୍କ ଠାରେ ଆବେଦନ କରାଯାଇଥିବା ଫର୍ମ ଗୁଡିକର ଯଥାଶୀଘ୍ର ତଦନ୍ତ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ, ପ୍ରଚଳିତ ନିୟମାବଳୀ (ଗୋଟେ ଆଇ.ଡିରେ ଥିବା ଯୋଗ୍ୟ ପରିବାରକୁ ବଞ୍ଚିତ କରିବା)କୁ ସଂଶୋଧନ କରି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ, ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶୀଘ୍ର କାର୍ଯ୍ୟାଦେଶ ବଣ୍ଟନ କରାଯାଉ । ଉକ୍ତ ଦାବୀ ସମୂହ ତିନି ଦିନ ମଧ୍ୟରେ ପୂର୍ଣ୍ଣ ନହେଲେ ଭାରତୀୟ ଜନତା ପାର୍ଟି ସାଧାରଣ ଜନତାଙ୍କ ହକ୍ ପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ଗ୍ରହଣ କରିବ । ଉକ୍ତ ପ୍ରତିନିଧି ଦଳ ମଧ୍ୟରେ ସରପଞ୍ଚ ବିରୁପାକ୍ଷ ମହାପାତ୍ର, ଲମ୍ବୋଧର ପ୍ରଧାନ, ବାସନ୍ତୀ ବେହେରା, ସୁଭେଶ ନାୟକ, ଶ୍ରୀକାନ୍ତ ମହାପାତ୍ର, ଅନିତା ବେହେରା, ସର୍ବେଶ୍ୱର ମହାନ୍ତି, ରଶ୍ମିତା ମଣ୍ଡଳ, ସତ୍ୟଭାମା ରାଉତ, ଅମ୍ବିକା ବେହେରା ଓ ସାନିଆ ମୁର୍ମୁ, ସମିତିସଭ୍ୟ ବନିତା ଭୂୟାଁ, ଅନ୍ନପୂର୍ଣ୍ଣା ମଣ୍ଡଳ, ସାଗେନ ମାଝୀ, ଅନିମା ଦିବେଦୀ, ଜୟନ୍ତି ମୁର୍ମୁ ଓ ଭୋଲାନାଥ ପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନ୍ତର୍ଯ୍ୟାମୀ ବେହେରା, ବୃନ୍ଦାବନ ରାଉତ, କାର୍ତ୍ତିକ ରାଉତ, ଅନନ୍ତ ନାୟକ, ରାମନାରାୟଣ ଦିବେଦୀ, ମାୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।