ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା
- ୫ ଜଣଙ୍କୁ ମିଳିଲା ଉପଦେଷ୍ଟା ଦାୟିତ୍ୱ
ଭୁବନେଶ୍ୱର : ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ଏ ନେଇ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ପଦବୀ ପାଇଁ ମହିଳାଙ୍କୁ ନିଯୁକ୍ତ କରିଛନ୍ତି । ଏଥିମଧ୍ୟରେ ରାଜ୍ୟ ବିଜେଡି ମହିଳା ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ଡ. ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲିତିକା ପ୍ରଧାନ, ନନ୍ଦିନୀ ଦେବୀ ରହିଛନ୍ତି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି ମିଳିଛି । ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।
ଏଥିସହିତ ବିଭିନ୍ନ ଜୋନ୍ର ସଭାନେତ୍ରୀଙ୍କୁ ମଧ୍ୟ ଦଳ ସଭାପତି ନିଯୁକ୍ତ କରିଛନ୍ତି । ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ ମିଳିଛି ଦାୟିତ୍ୱ । ୭ଜଣଙ୍କୁ ଜୋନ ସଭାପତି ଭାବେ ନିଯୁକ୍ତି ମିଳିଛି । ବରିଷ୍ଠ ଉପସଭାପତି ଭାବେ ୯ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଉପସଭାପତି ଭାବେ ୨୭ଜଣଙ୍କୁ ମିଳିଛି ଦାୟିତ୍ୱ । ଜେନେରାଲ ସେକ୍ରେଟାରୀ ଭାବେ ୩୫ଜଣଙ୍କୁ ନିଯୁକ୍ତି । ସମ୍ପାଦିକା ଭାବେ ୩୬ଜଣଙ୍କୁ ଦିଆଯାଇଛି ନିଯୁକ୍ତି । ଯୁଗ୍ମ ସମ୍ପାଦିକା ଭାବେ ୨୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୬୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।