ବିଜେଡିର ବିକ୍ଷୋଭ
କାକଟପୁର : ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନିଷ୍ପତ୍ତି ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା, ଚାଷୀଙ୍କ ଧାନ କ୍ରୟ ଓ ଏମଏସପି ଇତ୍ୟାଦି ଚାଷୀ ବିରୋଧୀ ନୀତି ପାଇଁ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାକଟପୁର ବ୍ଳକ ପରିସରରେ ବିଜୁଜନତା ଦଳ ତରଫରୁ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ଏହି ପ୍ରତିବାଦ ସଭା ରେ କାକଟପୁର ବ୍ଳକ ବିଜୁ ଜନତା ଦଳର ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ବିଜୁ ଯୁବ ଜନତା ଦଳର ସଭାପତି ରଞ୍ଜନ କୁମାର ନାୟକ, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ମହିଳା ଜନତା ଦଳର ସଭାପତି ତୁଳସୀ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଛବି ପରିଡ଼ା, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ବିଶ୍ୱଜିତ ଦାସ, ପୁରୀ ଜିଲ୍ଲା ପରିଷଦ ୭ ନଂ ଜୋନ୍ ସଭ୍ୟା ସଞୁକ୍ତା ଦୀକ୍ଷିତ, ବିଜୁ ଯୁବ ଜନତା ଦଳର ସାମାଜିକ ଗଣମାଧ୍ୟମ ସମ୍ପାଦକ ହରିହର ପାତ୍ର, ବିଶ୍ୱଜିତ ମହାରଣା,ରାକେଶ ବେହେରା, ସତ୍ୟବ୍ରତ ପ୍ରଧାନ,ଶୁଭଜିତ ମଲ୍ଲ,ଅଭୟ ସେଠୀ,ସମସ୍ତ ନିର୍ବାଚିତ ପ୍ରତିନିଧି ଯୁବ ଛାତ୍ର ମହିଳା ଜନତା ଦଳର ଶହ ଶହ କର୍ମକର୍ତ୍ତାମାନେ ଯୋଗଦେଇ ପ୍ରତିବାଦ କରିଥିଲେ ।