ଜଳେଶ୍ୱର ପୌରାଞ୍ଚଳ ଦଖଲ କଲା ବିଜେଡି
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକାରେ ମୋଟ ୧୭ଟି ୱାର୍ଡ଼ ଲାଗି ହୋଇଥିବା ଭୋଟର ଫଳାଫଳ ପ୍ରକାଶ ପାଇଛି । ଏଥିରେ ୧ନଂ ୱାର୍ଡ଼ର ସେକ୍ ସଇଫୁଦ୍ଦିନ, ୨ନଂ ୱାର୍ଡ଼ର ସୁରଜ ଚୌରାସିଆ, ୩ନଂ ୱାର୍ଡ଼ର ସ୍ୱାଗତିକା ପାଳ, ୪ନଂ ୱାର୍ଡ଼ରୁ ପୁଷ୍ପପ୍ରିୟା କାମିଳା, ୫ନଂ ୱାର୍ଡରୁ କବିତା ସାହୁ, ୭ନଂ ୱାର୍ଡ଼ରୁ ମିର ଆବାସ ଅଲ୍ଲି, ୮ନଂ ୱାର୍ଡରୁ ଚିତ୍ତରଞ୍ଜନ ମହାନ୍ତି, ୯ ନଂ ୱାର୍ଡ଼ରୁ ଗୋବିନ୍ଦ ଚନ୍ଦ୍ର ସାହୁ, ୧୦ନଂ ୱାର୍ଡ଼ରୁ କବିତା ଧଳ, ୧୧ ନଂ ୱାର୍ଡ଼ର ସୁଷମା କର, ୧୪ନଂ ୱାର୍ଡ଼ରୁ ସତ୍ୟବତୀ ଗିରି, ୧୬ନଂ ୱାର୍ଡ଼ରୁ ଲକ୍ଷ୍ମଣ ସରେନ୍ ପ୍ରମୁଖ ବିଜେଡିରୁ ବିଜୟୀ ହୋଇ ପୌରପାଳିକା ଦଖଲ କରିଛନ୍ତି । ୬ନଂ ୱାର୍ଡ଼ରୁ ଚନ୍ଦନ କୁମାର ଦାସ, ୧୨ନଂ ୱାର୍ଡ଼ରୁ ଶିବନାରାୟଣ ମହାପାତ୍ର, ୧୩ନଂ ୱାର୍ଡ଼ରୁ ସସ୍ମିତା ପାତ୍ର, ୧୫ନଂ ୱାର୍ଡ଼ରୁ ଉମା ହେମ୍ବ୍ରମ ଭାଜପା ଦଳରୁ ବିଜୟ ଲାଭ କରିଥିବା ବେଳେ ୧୭ନଂ ୱାର୍ଡ଼କୁ କଂଗ୍ରେସ ଦଳର ରଶ୍ମି ନନ୍ଦି ହାତେଇଥିବା ଜଣାଯାଇଛି ।
ବିଜୟୀ ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲା ସଭାପତି ରବିନ୍ଦ୍ର ଇଂ. ରବିନ୍ଦ୍ର ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ଓ ଜଳେଶ୍ୱରର ସର୍ବସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୦୩ ମସିହାରେ ସେ ରାଜନୀତିରେ ଯୋଗ ଦେଇ ତାଙ୍କ ମା’ କଳ୍ପନା ପ୍ରଧାନଙ୍କୁ କାଉନ୍ସିଲର ଭାବେ ଜିତାଇ ଆଣିଥିଲେ ।