ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପିର ନବୀନ ନିବାସ ଘେରାଉ ଉଦ୍ୟମ : ପୋଲିସ୍-ବିକ୍ଷୋଭକାରୀ ଧସ୍ତାଧସ୍ତି
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ବିଜେପି ନେତୃବୃନ୍ଦ ରାଜମହଲରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନବୀନ ନିବାସ ମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ଅନେକ ବିଜେପି କର୍ମୀଙ୍କୁ ଗିରଫ ମଧ୍ୟ କରିଛି ।
ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରୁ ନ ଥିବା ବେଳେ ପାଟି ଫିଟାଇଲେ ଆମକୁ ଦୁର୍ବ୍ୟବହାର କରୁଛି । ଏପରିକି ମମିତାକୁ ନ୍ୟାୟ ପ୍ରଦାନ ପାଇଁ ଲଢ଼େଇ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଅପରାଧୀ ପରି ବ୍ୟବହାର କରୁଛି । ପୋଲିସ୍ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୬ ମାସ ବିତିବାକୁ ବସିଥିବା ବେଳେ ଚାର୍ଜସିଟ୍ ଦାଖଲକୁ ୧୨୦ ଦିନ ବିତିଲାଣି । ପୋଲିସ୍ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ୍ ବସିଛି । ମମିତା ହତ୍ୟାକାଣ୍ଡ ଘଟଣାର ସଠିକ ଏବଂ ତ୍ୱରିତ ତଦନ୍ତ ସହ ସମସ୍ତ ଦୋଷୀଙ୍କ ବିରୋଧରେ କଡା ଚାର୍ଜସିଟ୍ ପ୍ରସ୍ତୁତ କରାଯାଇ ମାନ୍ୟବର କୋର୍ଟଙ୍କୁ ପ୍ରଦାନ କରାଯାଉ । ଏଥି ସହ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହିତ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ପୁଣି ଥରେ ଦାବୀ କରାଯାଇଛି । ମମିତାକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାସ ଓ ସୋନାଲୀ ସାହୁ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ୍ରୀ ପଢିଆରୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ, କଟକ ନଗର ସଭାନେତ୍ରୀ ପ୍ରବୀଣା ମହାପାତ୍ର, ଭଦ୍ରକ ସଭାନେତ୍ରୀ ହରପ୍ରିୟା ସାହୁ, ସୁଚରିତା ଜେନାମଣି, ଭୂବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଉପ ସଭାପତି ଦେବେନ୍ଦ୍ର ପତି, ତୃପ୍ତି ମକଦ୍ଦମ, ସୁବାଷିନୀ ପୃଷ୍ଟି, ଶିବ ବେହେରା, ମନୋରଞ୍ଜନ ସ୍ୱାଇଁ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ରଜନୀ ବାଳା ଦାସ, ଉର୍ଣ୍ଣତି ପରିଡା, ସୁବାଷିନୀ ପୃଷ୍ଟି, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ଜେନା, ଅଞ୍ଜନ ନାଥ, ଅମରଜ୍ୱତି ଜଗଦ୍ଦେବ, ଜଗନ୍ନାଥ ବେହେରା, ବିଜୟ ରାଉତ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।