ଆଜି ଠାରୁ ଭିତରକନିକାରେ ଦେଶୀ ପକ୍ଷୀଗଣନା, ୪ଟି ଟିମ୍ରେ ୧୬ କର୍ମଚାରୀ ନିୟୋଜିତ
କେନ୍ଦ୍ରାପଡ଼ା : ଆଜି ଠାରୁ ଭିତରକନିକାରେ ଦେଶୀ ପକ୍ଷୀଗଣନା । ୪ଟି ଟିମ୍ରେ ୧୬ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ । ୫ ଦିନ ଧରି ଚାଲିବ ପକ୍ଷୀ ଗଣନା କାମ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଦର୍ଶନ ଗୋପୀନାଥା ଯାଦବ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଭିତରକନିକାର ଜାତୀୟ ଉଦ୍ୟାନ ଅଞ୍ଚଳର ମଠଆଡିଆ, ଲଷ୍ମୀପ୍ରସାଦ ଡିଆ ଓ ଦୃଗାପ୍ରସାଦ ଡିଆରେ ୩ଟି ଟିମ ଏବଂ ରାଜନଗର ରେଞ୍ଜ ଅଧୀନରେ ନୂଆ କରି ଏକମାଣିଆ ଡିଆ ଠାରେ ଅନ୍ୟ ଏକ ଟିମ ପକ୍ଷୀ ଗଣନା କରିବେ । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଦେଶୀୟ ପକ୍ଷୀ ମାନଙ୍କର ଗଣନା କରାଯିବ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ପକ୍ଷୀ ତାଲିକାଭୁକ୍ତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଆକଳନ କରିଛନ୍ତି । ସେପ୍ଟେମ୍ବର ୭ ତାରିଖରେ ପକ୍ଷୀଗଣନା କାର୍ଯ୍ୟ ଶେଷ ହେବ ।