ଲୋକସଭାରେ କ୍ରିମିନାଲ ପ୍ରୋସିଜର ବିଲ୍ ଲୋକସଭାରେ ପାରିତ
ନୂଆଦିଲ୍ଲୀ : ଲୋକସଭାରେ କ୍ରିମିନାଲ ପ୍ରୋସିଜର ବିଲ୍ ଲୋକସଭାରେ ପାରିତ। ବିଲ୍ ବିଷଯରେ ଚର୍ଚ୍ଚା ପରେ ଧ୍ୱନିମତରେ ଏହି ବିଲ୍ ପାସ୍ ହୋଇଛି। ଚର୍ଚ୍ଚା ବେଳେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଯେଉଁ ଅପରାଧିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ହୋଇଥିବା ସେ ଅପରାଧିଙ୍କ ପାଇଁ ଏହି ଆଇନ୍ ଲାଗୁ ହେବ।
ଶାହ କହିଛନ୍ତି ଯେ ବିଲ୍କୁ ନେଇ ୨୧ରୁ ଅଧିକ ସାଂସଦ ନିଜ ନିଜର ବିଚାର ରଖିଥିଲେ। କିଛି ଏହି ବିଲ୍ ଉପରେ ଆଶଙ୍କା କରି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେବେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ବିଲ୍ ଦୁରୁପଯୋଗ ପାଇଁ ହୋଇ ନାହିଁ। ସମୟର ଆବଶ୍ୟକତାକୁ ନେଇ ବିଲ୍ ଅଣାଯାଇଛି। ଯିଓ ଦୋଷ କରିଛି ତାକୁ ଦଣ୍ଡ ଦେବାକୁ ଏହି ଆଇନ୍ ଅଣାଯାଇଛି। ସେହିପରି ୨୦୧୪ରେ ମୋଦିଜୀ ସ୍ମାର୍ଟ ପୁଲିସର କନ୍ସେପ୍ଟ ଆଣିଥିଲେ। ଏବେ କ୍ରାଇମ୍ ଓ କ୍ରିମିନାଲ ବଦଳି ଯାଇଛନ୍ତି ତ ଆମେ ପୁଲିସକୁ କାହିଁକି ଆଧୁନିକ କରିବା ନାହିଁ ବୋଲି ଶାହ ପ୍ରଶ୍ନ କରିଥିଲେ।
କ୍ରିମିନାଲ ପ୍ରିସିଡ୍ୟୁର (ଆଇଡିଣ୍ଟିଫିକେସନ) ବିଲ୍ :
ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଏହି ବିଲ୍କୁ ଲୋକସଭାରେ ଆଗତ କରାଯାଇଥିଲା। ଏହି ବିଲ୍ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି କିମ୍ବା ଅଭିଯୁକ୍ତର ଫିଜିକାଲ ଓ ବୟୋଲିଜିକାଲ ସାମ୍ପଲ ସଂଗ୍ରହ କରିବାକୁ ଆଇନଗତ ଅଧିକାର ଦେଇଥାଏ। ଏଥିରେ ଟିପ ଚିହ୍ନ, ପାପୁଲି ଚିହ୍ନ, ଏବଂ ପାଦ ଚିହ୍ନ, ଆଇରିସ ଓ ରେଟିନା ସ୍କାନ୍, ଫୋଟଗ୍ରାଫ ଆଦି ରହିଛି।