ବାଇକ୍କୁ ଧକ୍କା ଦେଲା ବସ୍, ଜଣେ ମୃତ
ଜଗତସିଂହପୁର : ଜଗତସିଂହପୁର ଜିଲା ମୁଣ୍ଡାଳ ଛକ ନିକଟରେ ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଯାତ୍ରୀବାହି ବସ୍ । ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଆରୋହୀ ସ୍ଥାନୀୟ ଖଇରା ଗାଁର ବ୍ରଜେସ ରୋସନ ରାୟ ବୋଲି ଜଣାପଡିଛି ।
ସେପଟେ ଦୁର୍ଘଟଣା ଘଟାଇଥିବା ବସ ଚାଳକ ବସ ସହ ନାଉଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଗ୍ରାମବାସୀ ମାନେ ମୁଣ୍ଡାଳ ଛକ ନିକଟରେ ଥାନୀୟ ବାଲି ଭଉରୀ- ନାଉଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରି ରାସ୍ତାରୋକ କରିଛନ୍ତି ।