ଚୀନକୁ ବଡ଼ ଝଟକା: ଭାରତରେ Google Pixel ଫୋନ୍ ନିର୍ମାଣ ପାଇଁ ଯୋଜନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆପଲ୍ ପରେ ବର୍ତ୍ତମାନ ଗୁଗଲ ମଧ୍ୟ ଏହାର ଫ୍ଲାଗସିପ୍ ଗୁଗଲ୍ ପିକ୍ସେଲ ସ୍ମାର୍ଟଫୋନ୍ ଭାରତରେ ତିଆରି କରିବାକୁ ଯୋଜନା କରୁଛି। ଏହା ପଛରେ କାରଣ ହେଉଛି ଚୀନରେ କୋଭିଡ-୧୯ କାରଣରୁ ଉତ୍ପାଦନ ବନ୍ଦ ଓ ଲକଡାଉନକୁ କାରଣ ବୋଲି କୁହାଯାଉଛି । ଦାବି ଅନୁଯାୟୀ ଗୁଗଲ ଭାରତରେ ୫ରୁ ୧୦ ଲକ୍ଷ ପିକ୍ସେଲ ଫୋନ୍ ଉତ୍ପାଦନ କରିବାକୁ ଯୋଜନା କରୁଛି। କମ୍ପାନି ଏହାର ବ୍ୟବସାୟକୁ ଭାରତ ସହିତ ଭିଏତନାମକୁ ସ୍ଥାନାନ୍ତର କରିବାକୁ ଚାହୁଁଛି।
ଟାଟା ଗ୍ରୁପ୍ ୱିଷ୍ଟ୍ରନ୍ ଅଫିସିଆଲ ସହିତ ଭାରତରେ ଆପଲ୍ ଆଇଫୋନ୍ ଉତ୍ପାଦନ ବିଷୟରେ ଆଲୋଚନା ହୋଇଛି । ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଚୁକ୍ତି ଦୁଇ କମ୍ପାନି ମଧ୍ୟରେ ଚାଲିଛି ଏବଂ ଟାଟା ମଧ୍ୟ ୱିଷ୍ଟ୍ରୋନର ଭାରତୀୟ ଅପରେସନରେ ଅଂଶଧନ କିଣିପାରେ । ଏହି ଦାବିରେ ଉଭୟ କମ୍ପାନିର ଏକ ନୂତନ ମିଳିତ କାରଖାନା ବିଷୟରେ ଆଲୋଚନା କରାଯାଇଥିଲା।
ଭାରତରେ ଉତ୍ପାଦନ ପଛରେ ଥିବା କାରଣ :
ନିକଟରେ ଗୁଗୁଲ ଭାରତରେ ଏହାର ପିକ୍ସେଲ ଫୋନ ପ୍ରସ୍ତୁତ କରିବାକୁ ଭାରତୀୟ ଉତ୍ପାଦକଙ୍କଠାରୁ ଟେଣ୍ଡର ଆମନ୍ତ୍ରଣ କରିଛି। କମ୍ପାନି ଭାରତରେ ୫ରୁ ୧୦ଲକ୍ଷ ପିକ୍ସେଲ ଫୋନ୍ ଉତ୍ପାଦନ କରିବାକୁ ଯୋଜନା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଗଲ କେବଳ ଚୀନରେ ଏହାର ଫ୍ଲାଗସିପ୍ ଫୋନ୍ ଉତ୍ପାଦନ କରୁଛି। କିନ୍ତୁ କୋଭିଡ -୧୯ କାରଣରୁ, ଚୀନର ପ୍ରମୁଖ ଟେକ୍ନୋଲୋଜି ହବ୍ ସହିତ ସାଂଘାଇ ଓ ଅନ୍ୟାନ୍ୟ ସହରରେ ଲକଡାଉନ୍ ଯୋଗୁ ଯୋଗାଣ ଶୃଙ୍ଖଳା କ୍ଷତିଗ୍ରସ୍ତ ହୋଇଛି । ଗୁଗଲ ସମେତ ଅନେକ ହାଇ-ଟେକ୍ କମ୍ପାନି ଚୀନ୍ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛନ୍ତି । କୁହାଯାଉଛି ଯେ ଗୁଗଲ ଭାରତରେ ବାର୍ଷିକ ଉତ୍ପାଦନର ୧୦ରୁ ୨୦ପ୍ରତିଶତ ପାଇବାକୁ ଚିନ୍ତା କରୁଛି। ଫ୍ଲାଗସିପ୍ ଗୁଗଲ୍ ପିକ୍ସେଲ ସ୍ମାର୍ଟଫୋନର ଉତ୍ପାଦନ ପାଇଁ ଗୁଗଲ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛି।
ଟାଟା ଗ୍ରୁପ୍ ଭାରତରେ ଆଇଫୋନ୍ ତିଆରି କରିପାରେ :
ନିକଟରେ ଆପଲ୍ ଏହାର ନୂତନ ଆଇଫୋନ୍ ୧୪ ସିରିଜ୍ ଲଞ୍ଚ କରିଛି । ଏହି କ୍ରମରେ ଚାରିଟି ନୂତନ ଆଇଫୋନ୍, ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଲଞ୍ଚ୍ କରାଯାଇଛି। ଆପଲ୍ ବେସ୍ ମଡେଲ୍ ସହିତ ଭାରତରେ ଆଇଫୋନ୍ ୧୪ ପ୍ରୋ ସିରିଜ୍ ଫୋନ୍ ଉତ୍ପାଦନ ପାଇଁ ମଧ୍ୟ କାର୍ଯ୍ୟ କରୁଛି । ଯେଉଁଥିରେ ଟାଟା ଗ୍ରୁପ୍ ଏବଂ ୱିଷ୍ଟ୍ରନ୍ ର ସହଭାଗିତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଚାର କରାଯାଉଛି ।
ଗୁଗଲ୍ ପିକ୍ସେଲ ମୁଖ୍ୟତଃ iPhone ସହିତ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାକୁ ଯୋଜନା କରୁଛି । କାରଣ ଆଇ-ଫୋନ ଏକ ଏପରି ସ୍ମାର୍ଟଫୋନ ଯାହା Apple Inc. ଦ୍ୱାରା ଉତ୍ପାଦିତ ହୋଇଛି । ଏହା ଏକ ଅଦ୍ଭୁତ ଉତ୍ପାଦ, ଯାହା କମ୍ପ୍ୟୁଟର, iPod, ଡିଜିଟାଲ କ୍ୟାମେରା ଓ ସେଲୁଲାର ଫୋନକୁ ଗୋଟିଏ ଡିଭାଇସରେ ଇଣ୍ଟିଗ୍ରେଟ କରାଯାଇଛି । ଆପଲ୍ ସେଟ୍ ରେ ସୁରକ୍ଷା, ଉନ୍ନତ ଫ୍ୟାସିଲିଟି କାରଣରୁ ଦିନକୁଦିନ କମ୍ପାନିର ଉତ୍ପାଦନ ପ୍ରତି ସାରା ବିଶ୍ୱରେ ଜନପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଚେକ୍ ଦେବା ପାଇଁ ଗୁଗଲ କମ୍ପାନି ଦୀର୍ଘଦିନରୁ ସମକ୍ଷମତା ସମ୍ପନ୍ନ ଗୁଗଲ ପିକ୍ଲେଲ ଉତ୍ପାଦନ କରୁଛି ।
ଚୀନରେ ଉତ୍ପାଦନ ବାଧାପ୍ରାପ୍ତ ହେବାପରେ ଏହା ଗୁଗଲ ପାଇଁ ଭାରତ ହିଁ ସବୁଠାରୁ ଭରସାଯୋଗ୍ୟ ହୋଇଛି । ଭାରତର ସର୍ବାଧିକ ଲୋକପ୍ରିୟ କମ୍ପାନି ଟାଟା ସହାୟତାରେ ଗୁଗଲ ପିକ୍ସେଲର ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।