ଆଇପିଏଲରେ ବଡ଼ ପରିବର୍ତ୍ତନ : ଏଣିକି ଦର୍ଶକ ଗ୍ୟାଲେରିକୁ ଯାଉଥିବା ବଲରେ ଖେଳାଯିବନି ମ୍ୟାଚ
ଦୁବାଇ: ଆଇପିଏଲ୍-୨୦୨୧ ସଂସ୍କରଣର ବାକି ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ। ମୋଟ ୩୧ଟି ମ୍ୟାଚ୍ ୟୁଏଇର ତିନୋଟି ଭେନ୍ୟୁ ଦୁବାଇ, ଶାରଜା ଓ ଆବୁଧାବିରେ ଖେଳାଯିବ। ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ଏବେ ବିସିସିଆଇ ବାକି ମ୍ୟାଚ୍ ଗୁଡ଼ିକରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ। ଏହି କାରଣରୁ ୟୁଏଇରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ପାଇଁ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।
ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଖେଳାଯିବ। ୟୁଏଇର ତିନୋଟି ସ୍ଥାନ ଦୁବାଇ, ଶାରଜାହ ଏବଂ ଆବୁଧାବିରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ। କରୋନା ସଂକ୍ରମଣ ପରେ ମେ ୪ରେ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା। ଆଉ ସମୁଦାୟ ୬୦ଟି ମଧ୍ୟରୁ କେବଳ ୨୯ଟି ମ୍ୟାଚ୍ ହୋଇଥିଲା । ତେବେ ଅବଶିଷ୍ଟ ମ୍ୟାଚରେ ବିସିସିଆଇ କୌଣସି ବିପଦ ନେବାକୁ ଚାହୁଁନାହିଁ। ଏହି କାରଣରୁ ୟୁଏଇରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମଧ୍ୟ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ଖବର ଅନୁଯାୟୀ ଯଦି ବଲ୍ ଷ୍ଟାଣ୍ଡକୁ ଯାଏ, ତେବେ ସେଥିରେ ଆଉ ମ୍ୟାଚ୍ ଖେଳାଯିବ ନାହିଁ। ସେହି ବଲ ବଦଳରେ ଆଉ ଏକ ବଲ୍ ବ୍ୟବହାର କରାଯିବ । କରୋନା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂତନ ନିୟମ ଅନୁଯାୟୀ, ଯଦି ବଲ୍ ଷ୍ଟାଣ୍ଡ ବା ଦର୍ଶକ ଗ୍ୟାଲେରୀକୁ ଯାଏ, ତେବେ ଅମ୍ପାୟାର ଆଉ ଏକ ବଲରେ ଖେଳ କରାଇବେ। ଦର୍ଶକଙ୍କ ଗ୍ୟାଲେରିକୁ ଯାଉଥିବା ବଲକୁ ସାନିଟାଇଜ କରାଯିବ ଏବଂ ଲାଇବ୍ରେରୀରେ ରଖାଯିବ। ସୂଚନା ମୁତାବକ ୟୁଏଇରେ ହେବାକୁ ଥିବା ମ୍ୟାଚ୍ ସମୟରେ ଦର୍ଶକ ଆସିପାରନ୍ତି | ଏହି କାରଣରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି। ୟୁଏଇ ବୋର୍ଡ ଏହା ସ୍ପଷ୍ଟ କରିସାରିଛି ଯେ ଆଇପିଏଲ ସହ ଟି -୨୦ ବିଶ୍ୱକପ ସମୟରେ ଦର୍ଶକଙ୍କୁ କିଭଳି ଷ୍ଟାଡିୟମକୁ ଆସିବାକୁ ଅନୁମତି ଦିଆଯିବ ସେ ନେଇ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ୟୁଏଇ ବୋର୍ଡ ବିସିସିଆଇ ଏବଂ ଆଇସିସି ସହ ଆଲୋଚନା କରୁଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ୧୯ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅବଶିଷ୍ଟ ୩୧ ଟି ମ୍ୟାଚ୍ ମଧ୍ୟରୁ ୧୩ଟି ଦୁବାଇରେ ଖେଳାଯିବ । ଏହା ବ୍ୟତୀତ ଶାରଜାହଠାରେ ୧୦ଟି ଏବଂ ଆବୁଧାବିରେ ୮ଟି ମ୍ୟାଚ୍ ହେବ ।