ସିବିଏସଇର ବଡ଼ ଘୋଷଣା ! ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ରୀୟ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଚଳିତ ମାସ ଶେଷ ସପ୍ତାହରେ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ବୋର୍ଡ ଅଧିକାରୀମାନେ ସୂଚନା ଦେଇଛନ୍ତି। cbseresults.nic.in ଓ cbse.gov.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ। ଏହି ସୂଚନା ସିବିଏସଇର ଜନ ସମ୍ପର୍କ ଅଧିକାରୀ ରାମ ଶର୍ମା ଦେଇଛନ୍ତି।
ସିବିଏସଇ ଟର୍ମ ୨ ଫଳାଫଳକୁ ଠିକ ସମୟରେ ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ, ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ୨୦୨୨ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ। ତେବେ ବୋର୍ଡ ଅଧିକାରୀମାନେ ଏପର୍ଯ୍ୟନ୍ତ ସିବିଏସ୍ଇ ଫଳାଫଳ ତାରିଖ ଏବଂ ସମୟ ବିଷୟରେ କିଛି କହି ନାହାନ୍ତି।ସିବିଏସଇ ଦଶମ ଟର୍ମ ୨ ବୋର୍ଡ ପରୀକ୍ଷା ୨୦୨୨ ମେ ୨୪ରେ ଶେଷ ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁନ୍ ୧୫ରେ ସମାପ୍ତ ହୋଇଥିଲା।
ଚଳିତ ବର୍ଷ, ଏପ୍ରିଲ ୨୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ୧୪ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷ ଦେଇଛନ୍ତି। ଚଳିତ ଜୁଲାଇ ଶେଷ ସପ୍ତାହରେ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପିଲାମାନେ ସେମାନଙ୍କ ରେଜଲ୍ସ ଜାଣି ପାରିବେ।
କେମିତି ସ୍କୋରକାର୍ଡ ଡାଉନଲୋଡ୍ କରିବେ?
ଅଫିସିଆଲ୍ ୱେବସାଇଟ୍- cbse.gov.in, cbresults.nic.in ଭିଜିଟ୍ କରନ୍ତୁ।
ମେନପେଜରେ ଥିବା CBSE 10th, 12th Results 2022 ଲିଙ୍କରେ କ୍ଲିକ୍ କରନ୍ତୁ।
ଆବଶ୍ୟକ ବିବରଣୀ ଏଣ୍ଟ୍ରି କରନ୍ତୁ – registration number/ roll number।
Class 10th, 12th Results 2022 ସ୍କ୍ରୀନରେ ଦେଖାଯିବ।
ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ପରବର୍ତ୍ତୀ ରେଫରେନ୍ସ ପାଇଁ ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ।
ଏସଏମଏସ ମାଧ୍ୟମରେ ଯାଞ୍ଚ କରନ୍ତୁ :
CBSE 10th, 12th Results 2022 ଅଫଲାଇନରେ ମଧ୍ୟ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ନିଜ ରେଜଲ୍ଟ ଯାଞ୍ଚ କରିବାକୁ ସମର୍ଥ ହେବେ। ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ CBSE ଫଳାଫଳ କିପରି ଯାଞ୍ଚ କରିବେ ଜାଣିବା ପାଇଁ ଏଠାରେ ପଢିପାରିବେ।
ଆପଣଙ୍କ ଫୋନରେ SMS ଆପ୍ ଖୋଲନ୍ତୁ।
ମେସେଜ୍ ଟାଇପ୍ କରନ୍ତୁ – cbse10 <ସ୍ପେସ୍> ରୋଲ୍ ନମ୍ବର।
7738299899କୁ ପଠାନ୍ତୁ।
ଆପଣଙ୍କର CBSE ଦଶମ ଫଳାଫଳ SMS ମାଧ୍ୟମରେ ଆସିଯିବ।