ଆଜି ଠାରୁ ଭୁବନେଶ୍ୱର ଓ କଟକରେ ରାତି ୧୦ରୁ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର : ପୁଣି ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ। ପାର୍ବଣ ନିମନ୍ତେ କଡ଼ାକଡ଼ି ହୋଇଥିବା ନାଇଟ୍ କର୍ଫ୍ୟୁ ପୁଣି ପୂର୍ବାବସ୍ଥାକୁ ଫେରିବ। ଗୁରୁବାର ଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେବ ବୋଲି ଜଣାପଡ଼ିଛି।
ସୂଚନା ଯେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିଛି । ମାତ୍ର ପାର୍ବଣ ଭିଡ଼କୁ ନଜର ରଖି ରାଜ୍ୟସରକାର ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ସହର ପାଇଁ ରାତି ୮ଟାରୁ ସକାଳ ୫ଟା ନାଇଟ୍ କର୍ଫ୍ୟୁ ଲଗାଇଥିଲେ। ଯାହା ଏବେ ପୁଣି ଥରେ କୋହଳ ହେବ।