ମୟୁରଭଂଜକୁ ସ୍ୱତନ୍ତ୍ର ରାଜ୍ୟ କରିବା ଦାବୀରେ ପୂଜାର୍ଚନା ଆଗକୁ ଜୋରଦାର ଆନ୍ଦୋଳନ କରିବ ଭଂଜସେନା
ବାରିପଦା : ଭଞ୍ଜସେନା ପକ୍ଷରୁ ଶିମିଳିପାଳର ସୁରକ୍ଷା, ଏବଂ ମୟୂରଭଞ୍ଜକୁ ତା’ର ପୂର୍ବ ମାନ୍ୟତା ସ୍ୱତନ୍ତ୍ର ମୟୂରଭଞ୍ଜ ରାଜ୍ୟ କରିବା ସହିତ ପୂର୍ବରୁ ମୟୂରଭଞ୍ଜ ରାଜ୍ୟରେ ଥିବା ତଥା ବର୍ତ୍ତମାନ ପୋଡ଼ଶୀ ଝାଡ଼ଖଣ୍ଡ ରାଜ୍ୟରେ ଅତ୍ୟନ୍ତ ଅବହେଳଳିତ ଥିବା ଷଢ଼େଇକଳା ଓ ଖରସୁଆଁ ଅଞ୍ଚଳକୁ ପୁନର୍ବାର ମୟୂରଭଞ୍ଜ ସହିତ ସାମିଲ କରିବା ପାଇଁ ଆଜି ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ଖିଚିଂ ସ୍ଥିତ ମାଆ କିଚକେଶ୍ୱରୀ ମନ୍ଦିର ସମେତ ବହଳଦା ଓ ବାରିପଦା ରେ ଥିବା ମାଆ କିଚକେଶ୍ୱରୀ ମନ୍ଦିର ସମେତ ବାରିପଦା ଜଗନ୍ନାଥ ମନ୍ଦିର, ଦେବକୁଣ୍ଡ ମାଆ ଅମ୍ବିକା ମନ୍ଦିର, ବାଙ୍ଗିରିପୋଷି ସ୍ଥିତ ଦ୍ୱାରସୁଣୀ ମାଆଙ୍କ ପୀଠ, ଜ୍ୱାଳାମୁଖୀ ମନ୍ଦିର, ମାଣତ୍ରୀ କଖାରୁଆ ବୈଦ୍ୟନାଥ ମନ୍ଦିର, ବାରିପଦା ମାଆ ଅମ୍ବିକା ମନ୍ଦିର, ଡୁକୁରା ଦିଶୋମ ଜାହେର ଜାହିରା ପୀଠ, ବାରମାଇଲ ସ୍ଥିତ ଜାହିରା ପୀଠ, ଅସ୍ତିୟା ଜାହିରା ପୀଠ ପ୍ରମୁଖଙ୍କ ସମେତ ସମଗ୍ର ମୟୁରଭଞ୍ଜରେ ଥିବା ବିଭିନ୍ନ ମଠ ମନ୍ଦିର, ବହୁ ଜାହିରା ପୀଠ, ମସଜିଦ ଓ ଗୀର୍ଜା ଆଦିରେ ପୂଜାର୍ଚନା କରାଯାଇଥିଲା ଏବଂ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଭଂଜସେନାର କର୍ମୀ ମାନେ ଶପଥ ନେଇଥିଲେ କ୍ଷ କାର୍ଯ୍ୟକ୍ରମରେ ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଉପସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ମୁଖପାତ୍ର ମାନସ ବେହେରା, ଅଭିଷେଖ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ I