ଆଜି ଭାଙ୍ଗିବ ଭଜିଙ୍କ ରେକର୍ଡ! ଗୋଟିଏ ପାଦ ଦୂରରେ ରବିଚନ୍ଦ୍ରନ ଅଶ୍ୱିନ୍
ନୂଆଦିଲ୍ଲୀ: କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ସିନିୟର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍, ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ୱାସିମ୍ ଆକ୍ରାମଙ୍କୁ ପଛରେ ପକାଇଛନ୍ତି। ଏବେ ହରଭଜନ ସିଂଙ୍କ ରେକର୍ଡ ତାଙ୍କ ଟାର୍ଗେଟରେ ଅଛି। ରବିଚନ୍ଦ୍ରନ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ୪୧୭ ୱିକେଟ୍ ନେଇଛନ୍ତି। ସେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରାମଙ୍କ ୪୧୪ ଟେଷ୍ଟ ୱିକେଟର ରେକର୍ଡ ଭାଙ୍ଗି ସାରିଛନ୍ତି।
ଟେଷ୍ଟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ୍ ବର୍ତ୍ତମାନ ହରଭଜନ ସିଂହଙ୍କ ରେକର୍ଡ ସହ ସମାନ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ଉଭୟେ ୪୧୭ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ରବିବାର ଅଶ୍ୱିନ୍ କିୱି ଓପନର୍ ୱିଲ୍ ୟଙ୍ଗ୍ lbw କରିବା ମାତ୍ରେ ସେ ଭୋଜିଙ୍କ ସହ ସମାନ୍ତରାଳ ହୋଇଛନ୍ତି। କାନପୁର ଟେଷ୍ଟର ଶେଷ ଦିନରେ ରବିଚନ୍ଦ୍ରନ ଅଶ୍ୱିନ୍ ସହଜରେ ଗୋଟିଏ ୱିକେଟ୍ ନେଇ ଗ୍ରୀନ୍ ପାର୍କରେ ହରଭଜନ ସିଂଙ୍କ ରେକର୍ଡ ଭାଙ୍ଗି ପାରିବେ।
ରବିଚନ୍ଦ୍ରନ ଅଶ୍ୱିନ୍ ୮୦ଟି ଟେଷ୍ଟ ମ୍ୟାଚ ରେ ୪୧୭ଟି ୱିକେଟ୍ ନେଇଥିବାବେଳେ ହରଭଜନ ସିଂ ୧୦୩ଟି ଟେଷ୍ଟ ମ୍ୟାଚରେ ସମାନ ୱିକେଟ୍ ନେଇଛନ୍ତି। ଅଶ୍ୱିନ୍ ୩୦ ଥର ଗୋଟିଏ ଇନିଂସରେ ୫ ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ସେ ୭ ଥର ଟେଷ୍ଟରେ ୧୦ଟି ଲେଖାଏଣ ୱିକେଟ୍ ନେଇବାର ରେକର୍ଡ କରିଛନ୍ତି। ତେବେ ଟେଷ୍ଟ୍ରରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ୮୦୦ ୱିକେଟ ସହ ଶ୍ରୀଲଙ୍କାର ମୁଥେୟା ମୁରଳିଧରଣ ଅଛନ୍ତି। ସର୍ବାଧିକ ଟେଷ୍ଟ ୱିକେଟର ଏହି ତାଲିକାର ଚତୁର୍ଥରେ ଅନିଲ କୁମ୍ବଲେ (୬୧୯), ନବମରେ କପିଲ ଦେବ (୪୩୪) ଓ ୧୩ ଓ ୧୪ତମ ସ୍ଥାନରେ ହରଭଜନ ସିଂହ ଓ ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି। ଯଦି ଅଶ୍ୱିନ ଆହୁରି ଗୋଟିଏ ୱିକେଟ ନିଅନ୍ତି ତେବେ ସେ ହରଭଜନଙ୍କୁ ୧୪ତମ ସ୍ଥାନକୁ ଖସାଇ ଉପରକୁ ଉଠି ଯିବେ।