ହକି ମହାସମର : ଜାପାନକୁ ୭-୧ ଗୋଲରେ ହରାଇଲା ବେଲଜିୟମ
ରାଉରକେଲା : ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପରେ ଶୁକ୍ରବାର ତୃତୀୟ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥରର ବିଶ୍ବକପ୍ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍ଦାର ବିଜୟ ହାସଲ କରିଛି। ମ୍ୟାଚରେ ୭-୧ ଗୋଲ ବ୍ୟବଧାନରେ ଜାପାନକୁ ପରାସ୍ତ କରିଛି ବେଲଜିୟମ।
ମ୍ୟାଚରେ ବେଲଜିୟମର ବୋନ୍ ଟୋମ୍ ଦମ୍ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍ ୧୭ ଓ ଡୋକିଅର ସେବାଷ୍ଟାଇନ୍ ୫୧ ମିନିଟରେ ଗୋଲ୍ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।