ବିବାହର ଦିନକ ପୂର୍ବରୁ ଭୁଲରେ ବି କରନ୍ତୁନି ଏପରି କାର୍ଯ୍ୟ, ନଚେତ ପଡିପାରେ ମହଙ୍ଗା ! ଜାଣନ୍ତୁ କଣ….
ପ୍ରତ୍ୟେକ ଯୁବତୀ ଚାହାଁନ୍ତି ଯେ, ନିଜ ବିବାହ ଦିନ ସେ ସବୁଠାରୁ ସୁନ୍ଦର ଓ ପରଫେକ୍ଟ ଦେଖାଯାଆଃନ୍ତୁ । ଏଥିପାଇଁ ଯୁବତୀମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ସେହିପରି କିଛି ଯୁବତୀ ଏକସାଇଟମେଣ୍ଟରେ କିଛି ଭୁଲ୍ ମଧ୍ୟ କରିଦିଅନ୍ତି, ଯାହା ସେମାନଙ୍କ ପାଇଁ ଏହି ଖାସ୍ ଦିନକୁ ଖରାପ କରିଦେଇଥାଏ । ଏହାରି ମଧ୍ୟରେ ଆମେ ଆପଣଙ୍କୁ କିଛି ବିଷୟ କହିବାକୁ ଯାଉଛୁ ଯାହା ଯୁବତୀମାନେ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଆଦୌ କରିବା ଉଚିତ ନୁହେଁ…
ଠିକ୍ ଭାବେ ନିଦ୍ରା ନଯିବା :
ଅନେକ ସମୟରେ ଦେଖାଯାଏ ଯେ, ଯୁବତୀମାନେ ନିଜ ବିବାହର ଏକସାଇଟମେଣ୍ଟ ଯୋଗୁଁ ବିବାହର ପୂର୍ବରାତି ଶୋଇ ନଥାନ୍ତି । ଏହି କାରଣରୁ ଏହାର ପରଦିନ ଅର୍ଥାତ ବିବାହ ଦିନ ତାଙ୍କ ଚେହେରାରେ ଥକାପଣ ନଜର ଆସିଥାଏ । ଏହି ଭୁଲ୍ ତାଙ୍କ ସୁନ୍ଦରତାକୁ କମ୍ ମଧ୍ୟ କରିଥାଏ । ତେଣୁ ବିବାହର ପୂର୍ବ ରାତି ଭଲ ଭାବେ ନିଦ୍ରା ଯିବା ଆବଶ୍ୟକ ।
ଭଲ ଡାଏଟ୍ ନନେବା :
ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଭୁଲରେ ବି ଇଆଡୁ ସିଆଡୁ କିଛି ଖାଆନ୍ତୁ ନାହିଁ । ଯଦି ଆପଣ ବିବାହର ପୂର୍ବଦିନ ପିଜା ଭଳି ଖାଦ୍ୟ ଖାଉଛନ୍ତି, ତେବେ ଚେହେରାରେ ପିମ୍ପଲ୍ସ ବାହାରିବା ଡର ରହିଥାଏ । ତେଣୁ ନିଜ ଡାଏଟରେ ହେଲ୍ଥୀ ଖାଦ୍ୟ ପଦାର୍ଥ ସାମିଲ କରନ୍ତୁ ।
ପିଲ୍ ଅଫ୍ ମାସ୍କ :
କେତେକ ଯୁବତୀ ନିଜ ସୁନ୍ଦରତା ଦେଖାଇବା ପାଇଁ ନିଜ ବିବାହର ପୂର୍ବ ରାତିରେ ପିଲ୍ ଅଫ୍ ମାସ୍କ ବା ଫେସ୍ ପ୍ୟାକ୍ ଲଗାଇଥାନ୍ତି । ଏହି କାରଣରୁ ଅନେକ ସମୟରେ ଚେହେରାରେ ଛୋଟ ଛୋଟ ଦାନା ବାହାରି ଆସିଥାଏ । ତେଣୁ ଆପଣ ବିବାହର ପୂର୍ବ ରାତିରେ ଏପରି କିଛି ଭୁଲ୍ କରନ୍ତୁ ନାହିଁ । ବିବାହର ପୂର୍ବ ରାତିରେ କୌଣସି ପ୍ରକାର ବ୍ୟୁଟି ଟ୍ରିଟେମେଣ୍ଟ କରନ୍ତୁ ନାହିଁ ।