ସାବଧାନ୍! ଶରୀରରେ କାଟୁଛନ୍ତି କି ଟାଟୁ ? ବ୍ୟାପୁଛି ଏଚଆଇଭି ସଂକ୍ରମଣ, ଜାଣନ୍ତୁ କାରଣ
ସାଧାରଣତଃ ଆଜିକାଲି ପୁରୁଷ ହେଉ କିମ୍ବା ମହିଳା ସମସ୍ତେ ଟାଟୁ କରିବାକୁ ପସନ୍ଦ କରିଥାନ୍ତି । ଏହା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ଆକର୍ଷିତ ଲାଗିବା ସହିତ ଏକ ଭିର୍ଣ୍ଣ ପ୍ରକାର ଷ୍ଟାଇଲିଶ ଲାଗିଥାଏ । ଆଜିର ଯୁବ ଗୋଷ୍ଠୀ ମାନଙ୍କର ପ୍ରଥମ ପସନ୍ଦ ଟାଟୁ । କିଏ କିଏ ନିଜ ନାମ ଲେଖିବାକୁ ପସନ୍ଦ କରନ୍ତି ତ ଅନ୍ୟ କିଏ ବିଭିର୍ଣ୍ଣ ଦେବାଦେବୀ ଙ୍କ ସହିତପ୍ରକୃତିର ଛବି ନିଜ ଶରୀର ରେ ଟାଟୁ କରିଥାନ୍ତି । ତେବେ ଶରୀର ରେ ଖୋଦେଇ କରି ଟାଟୁ କରିବାକୁ ଆଜିର ଯୁବ ପିଢିଙ୍କ ପ୍ରଥମ ପସନ୍ଦ ।
କିନ୍ତୁ କଣ ଆପଣ ଜାଣିଛନ୍ତି କି ଶରୀର ରେ ଯେଉଁ ଟାଟୁ କରାଯାଇଥାଏ ଏହା ଦ୍ୱାରା ବ୍ୟବହୃତ କାଳି ର ରାସାୟନିକ ପଦାର୍ଥ ଶରୀର ମଧ୍ୟକୁ ପ୍ରବେଶ କରି ଶରୀର ପାଇଁ କ୍ଷତି କାରକ ହେଇଥାଏ । କେବଳ ଏତିକି ନୁହେଁ ଏହା ଦ୍ୱାରା ସଂକ୍ରମିତ ଏଡ୍ସ ହେବାର ମଧ୍ୟ ସମ୍ଭାବନା ରହିଥାଏ । କାହିଁକିନା ଟାଟୁ କୁଟା ଛୁଞ୍ଚି ଦ୍ୱାରା ଏଚଆଇଭି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।
ଟାଟୁ ନିର୍ମାଣ କରିବାକୁ ହେଲେ କ୍ୟାଡିୟମ, କ୍ରୋମିୟଂ ଓ ଟିଟାନିୟମ ପରି ତତ୍ୱ ର ବ୍ୟବହାର କରିବାକୁ ହେଇଥାଏ । ଏବଂ ସାମାନ୍ୟ ଭୁଲ ରେ ଏହା ଆମ ଶରୀର ରେ ଇନଫେକ୍ସନ ମଧ୍ୟ କରିପାରେ । ଡାକ୍ତର ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି କି ଟାଟୁ କରିବା ବିପଦଜନକ ହେଇଥାଏ । ଏବଂ ଏହି ଟାଟୁ ନିର୍ମାଣ ଦ୍ୱାରା ଏଡ୍ସ ପରି ରୋଗ ମଧ୍ୟ ହେଇଥାଏ । ଅନ୍ୟପଟେ ଏହି ଟାଟୁ ନିର୍ମାଣ ଦ୍ୱାରା ହେପାଟାଇଟ ପରି ରୋଗ ମଧ୍ୟ ହେଇଥାଏ ।
ଟାଟୁ ନିର୍ମାଣ ଦ୍ୱାରା ଅନେକ ଭୟାନକ ରୋଗ ର ଆପଣ ଶିକାର ହେଇପାରନ୍ତି । ଏବଂ ଏହି ଟାଟୁ ଆପଣ ଙ୍କ ର ସମସ୍ୟା ର କାରଣ ମଧ୍ୟ ହେଇପାରେ । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ଯଦି ଆପଣ ନିଜ ଶରୀର ରେ ଟାଟୁ କରିଛନ୍ତି ତେବେ କୌଣସି ସରକାରୀ ଚାକିରୀ ରେ ଆପଣ ଏଣ୍ଟ୍ରି ହେଇପାରିବେ ନାହିଁ ।
କିଛି ଟାଟୁ ଡିଜାଇନରଙ୍କର କହିବା ଅନୁସାରେ ଏପରି ଟାଟୁ କରିଲେ କିଛି ସମସ୍ୟା ନ ଥାଏ । କିନ୍ତୁ ଯଦି ଆପଣ ଟାଟୁ କରିବେ ତେବେ ଜଣେ ଭଲ ଟାଟୁ ନିର୍ମାତା ଙ୍କ ପାଖ କୁ ଯିବା ଉଚିତ । ଟାଟୁ କରୁଥିବା ଲୋକ ଟି ହାତ ରେ ଗ୍ଳୋବ୍ସ ପିନ୍ଧିବା ଜରୁରୀ ଅଟେ । କୌଣସି ପୁରୁଣା ଛୁଞ୍ଚି କି ନୂଆ ଛୁଞ୍ଚି ରେ ଏହି ଟାଟୁ ନିର୍ମାଣ ହେଉଛି ଏହା ଦେଖିବା ଜରୁରୀ ଅଟେ ।